ଟି-୨୦ ବିଶ୍ୱକପ ବେଟିଂ ରାକେଟର ଫର୍ଦ୍ଦାଫାସ: ଡଲାର-ପାଉଣ୍ଡ ସହ ମିଳିଲା ପୂଳାପୂଳା ଟଙ୍କା

add-all

ନୂଆଦିଲ୍ଲୀ : ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ଗୋଟିଏ ବଡ଼ ବେଟିଂ ରାକେଟର ପର୍ଦ୍ଦାଫାସ ହୋଇଛି। ମଧ୍ୟପ୍ରଦେଶର ଉଜ୍ଜୟୀନରେ ଚାଲିଥିବା ଏହି ବେଟିଂ ରାକେଟର ସଦସ୍ୟଙ୍କୁ ଗିରଫ କରି ପୁଲିସ୍‌ ପୂଳାପୂଳା ନଗଦ ଟଙ୍କା ଜବତ କରିଛି। ଏହା ମଧ୍ୟରେ ଡଲାର, ପାଉଣ୍ଡ ଓ ଦିରହାମସ ଭଳି ୭ଟି ଦେଶର ମୁଦ୍ରା ମଧ୍ୟ ରହିଛି। ପୁଲିସ୍‌ ପ୍ରାୟ ୧୫ କୋଟି ଟଙ୍କାର ଜବତ କରିଛି।
ପୂରା ବେଟିଂ ରାକେଟର ମୁଖ୍ୟ ହେଲା ପୀୟୂଷ ଚୋପ୍ରା। ତାକୁ ଧରିବା ପରେ ପୁଲିସ୍‌ ଗ୍ୟାଙ୍ଗରେ ସାମିଲ ଥିବା ବାକି ୯ ଜଣଙ୍କୁ ବାନ୍ଧିଛି। ବେଟିଂ ରାକେଟର ଲିଙ୍କ ମଧ୍ୟପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନ ଯାଏ ଲମ୍ବିଛି।
ଆଇଜି କୁମାର ସିଂହ କହିଛନ୍ତି, “ନୀଲଗଙ୍ଗା ପୁଲିସ ଷ୍ଟେସନ ଅଧୀନରେ ଥିବା ଡ୍ରିମ୍ସ କଲୋନୀରେ ପୀୟୂଷ ଚୋପ୍ରାର ଘର। ସେହିଠାରୁ ପୂରା ରାକେଟ ଅପରେଟ କରୁଥିଲା। ଗୁରୁବାର ରାତିରେ ବାଂଲାଦେଶ ଓ ନେଦରଲ୍ୟାଣ୍ଡ୍ସର ମ୍ୟାଚ୍‌ ଚାଲିଥିବା ବେଳେ ପୁଲିସ୍‌ ଉକ୍ତ ସ୍ଥାନରେ ରେଡ କରିଥିଲା। ଏଠାରୁ ନଗଦ ୧୪.୫୮ କୋଟି ଟଙ୍କା ମିଳିଛି। ଏହାବାଦ ଏକାଧିକ ଦେଶରେ ପ୍ରଚଳିତ ମୁଦ୍ରା ମଧ୍ୟ ଚୋପ୍ରାର ଘରୁ ଜବତ ହୋଇଛି।
ପୁଲିସ ପୀୟୂଷ ଚୋପ୍ରାକୁ ଗିରଫ କରିବା ପରେ ଗ୍ୟାଙ୍ଗର ଅନ୍ୟ ୯ ଜଣଙ୍କୁ ବାନ୍ଧିଛି। ସେମାନେ ହେଲେ ଯଶପ୍ରୀତ ସିଂହ, ରୋହିତ ସିଂହ, ଗୁରପ୍ରୀତ ସିଂହ, ମୟୂର ଜୈନ, ସତପ୍ରୀତ ସିଂହ, ଆକାଶ ମସିହି, ଚେତନ ନେଗୀ, ହରିଶ ତେଲି ଓ ଗୌରବ ଜୈନ। ଏମାନଙ୍କୁ ମଧ୍ୟପ୍ରଦେଶ ପୁଲିସ୍‌ ପଞ୍ଜାବ ଓ ରାଜସ୍ଥାନରୁ ଗିରଫ କରିଛି।
ବେଟିଂ ପଛରେ ବ୍ୟାପକ ଟଙ୍କା କାରବାର ହୋଇଥିବାରୁ ପୁଲିସ୍‌ ଇଡି ଓ ଆୟକର ବିଭାଗର ସହାୟତା ଲୋଡ଼ିଛି।

ad-week
Leave A Reply

Your email address will not be published.