କୃଷକଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱ

add-all

ପିପିଲି : କେନ୍ଦ୍ର ମତ୍ସ୍ୟ, ପଶୁସଂପଦ, ଗୋପାଳନ ଓ ପଞ୍ଚାୟତିରାଜ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସପି ସିଂହ ବାଘେଲ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପରିଦର୍ଶନ କରିଥିଲେ। ଏହି ଅବସରରେ ସିଫାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମଧୁରଜଳ ଜୀବ ପାଳନ ସଂପର୍କିତ ଗବେଷଣା କାର୍ଯ୍ୟର ସେ ସମୀକ୍ଷା କରିଥିଲେ।
ସିଫାରେ ଅନୁବଂଶୀକରଣରେ ବୃଦ୍ଧି କରାଯାଉଥିବା ଜୟନ୍ତୀ ରୋହୀ, ଭାକୁର, ଚିଙ୍ଗୁଡ଼ି, ମାଇନର କାର୍ପ, ମାଗୁର, ଶେଉଳ, କଉ ଆଦି ୨୩ ପ୍ରକାରର ଖାଦ୍ୟ ଉପଯୋଗୀ ଚାଷ କରାଯାଉଥିବା ମାଛ ପ୍ରକଳ୍ପକୁ ମନ୍ତ୍ରୀ ବୁଲି ଦେଖିଥିଲେ। ସେଠାରେ ଚାଲିଥିବା ମୁକ୍ତାଚାଷ ପ୍ରକଳ୍ପକୁ ମନ୍ତ୍ରୀ ବୁଲି ଦେଖିବା ସହ ବାୟୋଫ୍ଲକ୍ ୟୁନିଟ୍, ଆକ୍ୱାପୋନିକ୍ସ ବିଭାଗ ଆଦିକୁ ପରିଦର୍ଶନ କରିଥିଲେ।
ଏହାହିତ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଓ ରୋଗ ନିରୂପଣ ଓ ନିଦାନ ବିଭାଗକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପରିଦର୍ଶନ କରିଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିôବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ସେ ସମୀକ୍ଷା କରିଥିଲେ। କୃଷକମାନଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହିତ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାରେ କୃଷି ଅନୁସନ୍ଧାନ ପରିଷଦ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସିଫାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗବେଷଣା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ସିଫାର ନିର୍ଦ୍ଦେଶକ ଡଃ ପି. କେ. ସାହୁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସିଫାର ଶହେ ଦିନିଆ କାର୍ଯ୍ୟ ଯୋଜନା ସଂପର୍କରେ ମଧ୍ୟ ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ସିଫା ପରିସରରେ କେନ୍ଦ୍ର ମନ୍ତ୍ରୀ ଫ୍ରଫେସର ବାଘେଲ ବୃକ୍ଷରୋପଣ କରିଥିଲେ।

ad-week
Leave A Reply

Your email address will not be published.