ଚିକିଟୀ ପ୍ରେସ କ୍ଲବର ସାଧାରଣ ବୈଠକ ଅନୁଷ୍ଠିତ

add-all

ଚିକିଟୀ : ରବିବାର ଦିନ ଚିକିଟୀ ପେଣ୍ଠ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ “ଚିକିଟୀ ପ୍ରେସ୍ କ୍ଳବ”ର ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ନେଇ ୨୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପ୍ରଥମେ ନୂତନ ଭାବେ ଯୋଗ ଦାନ କରିବାକୁ ଥିବା ସମ୍ବାଦିକ ମାନଙ୍କ ପ୍ରାଥମିକ ସଦସ୍ୟତା ଗ୍ରହଣ ନେଇ ଆଲୋଚନା ହୋଇଥିଲା ।

ଆୟୋଜିତ ବୈଠକରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୂର୍ବ ପ୍ରସ୍ତୁତି ଏଜେଣ୍ଡା ମୁତାବକ ସମସ୍ତ ପ୍ରତିନିଧି ନିଜ ନିଜର ମତ ପ୍ରକାଶ କରିବା ସହିତ ଆଗାମୀ ଦିନରେ କ୍ଳବ କୁ ସଦୃଢ଼ କରିବା ସାଙ୍ଗକୁ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପ୍ରତେକ ମାସ ର ୫ ତାରିଖ ବୈଠକ କରିବା ପାଇଁ ନିଷ୍ପତି ହୋଇଥିଲା। ଅନୁଷ୍ଠିତ ବୈଠକ ରେ ଅନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିପତି ସାହୁ, ଉପସଭାପତି ଈଶ୍ୱର ମହାରଣା କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ,ରାଜ ଗୋପାଳ ପାଢ଼ୀ,ହରିଶ୍ଚନ୍ଦ୍ର ସେଠି , କୃଷ୍ଣ ଚନ୍ଦ୍ର ସାହୁ , ସନ୍ତୋଷ ମହାପାତ୍ର,ଅରୁଣ ଉଦୟ ସାହୁ ,ଆଲୁ ଜୟ ପ୍ରକାଶ,ରବୀନ୍ଦ୍ର ବାଡତ୍ୟା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ସଭା ସାଙ୍ଗ କରାଯାଇଥିଲା।

ad-week
Leave A Reply

Your email address will not be published.