ବଜ୍ରାଘାତନେଲା ୨୦ ଟି ଗାଈ ଓ ବଳଦଙ୍କ ଜୀବନ, ସରକାରୀ ସହୟତା ଦାବି

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବଜ୍ରାଘାତ ଯୋଗୁଁ ୨୦ଟି ଗାଈ ବଳଦ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ମାଲକାନଗିରିରେ ବର୍ଷା ସହ ପ୍ରବଳ ଜୋରରେ ବିଜୁଳି ମାରିଥିଲା । ବର୍ଷାର ପରିମାଣ ସ୍ୱଳ୍ପ ସତ୍ବେ ପ୍ରବଳ ଜୋର ବିଜୁଳି ମଧ୍ୟରେ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ କୁସୁମଗୁଡା ଓ ବୁରୁଦିରେ ବଜ୍ରାଘାତରେ ଗୁହାଳ ମଧ୍ୟରେ ଥିବା ମୋଟ ୨୦ଟି ଗାଈ, ବଳଦ ଓ ବାଛୁରିଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ ଗ୍ରାମର ୧୧ ଜଣ ଲୋକଙ୍କ ଗାଈ ବଳଦ ମୃତ୍ୟୁ ଘଟିଥିବା ବେଳେ ଏମାନେ ସମସ୍ତେ ଅତ୍ୟନ୍ତ ଗରିବ ଶ୍ରେଣୀର ଥିବା ଜଣା ପଡିଛି ।

ଚାଷ ଓ ଗାଈ କ୍ଷୀର ଏମାନଙ୍କ ମୁଖ୍ୟ ଜୀବିକା ହୋଇଥିବା ବେଳେ ବର୍ତ୍ତମାନ ଜୀବିକା ଯୋଗଉଥିବା ଗାଈ ଓ ବଳଦଙ୍କ ମୃତ୍ୟୁ ପରେ ଏହି ଲୋକମାନେ ଦୁଖରେ ଭାଙ୍ଗି ପଡିଛନ୍ତି । ଏହା ସହ ଖ୍ଯାତି ପୂରଣ ମଧ୍ୟ ଦାବିକରିଛନ୍ତି । ତେବେ ଏନେଇ ଖବର ପାଇବା ପରେ ରବିବାର ସକାଳୁ ସ୍ଥାନୀୟ ସରପଞ୍ଚ ବାବୁଲା ପଡିଆମୀ, ରାଜସ୍ୱ ନିରିକ୍ଷକ ସନ୍ଦିପ ବେହେରା,ପଶୁ ଚିକିତ୍ସା ବିଭାଗର ଏଲଆଇ ସୁକୁମାର ସାନା, ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୟାନିଧି ନିମାଲ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କିପରି ଏହି ଗାଈ ଅବଳଦ ମୃତ୍ୟୁର ଅନୁକମ୍ପା ଲୋକଙ୍କୁ ପ୍ରଦାନ କରି ହେବ ସେନେଇ ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.