ଝାଡ଼ାବାନ୍ତିରେ ୧୧ ଯାତ୍ରା କଳାକାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

add-all

ନୀଳଗିରି: ଝାଡ଼ାବାନ୍ତିରେ ୧୧ ଯାତ୍ରା କଳାକାର ଅସୁସ୍ଥ। ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଧୋବଶିଳା ଗାଁରେ ରଜ ପାଇଁ ଯାତ୍ରା ପଡ଼ିଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ଏଠାରେ ଝାଡ଼ାବାନ୍ତିର କାରଣ ଅସ୍ପଷ୍ଟ ଥିବା ବେଳେ ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଧୋବଶିଳା ଗାଁରେ ରଜ ଉପଲକ୍ଷେ ଯାତ୍ରା ପଡିଛି। ହେଲେ ଗତକାଲି ରାତିରେ ଯାତ୍ରା ପରିବେଷଣ ପୂର୍ବରୁ ଜଣେ ପରେ ଜଣେ ୧୦ରୁ ଅଧିକ କଳାକାର ଅସୁସ୍ଥ ହୋଇପଡ଼ିଥିଲେ। କେହି କିଛି ବୁଝିବା ଆଗକୁ ସମସ୍ତଙ୍କୁ ଝାଡାବାନ୍ତି ହୋଇ ଅସୁସ୍ଥ ହୋଇପଡିଲେ। ଅନେକ କଳାକାର ଗୁରୁତର ମଧ୍ୟ ହୋଇପଡିଥିଲେ। ଯାତ୍ରା ଛାଡି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଲା।

ଏଠାରେ ଜଣେ କଳାକାରଙ୍କ କହିବା ଅନୁସାରେ ଗତକାଲି ଦ୍ୱିପହରରେ ଭାତ ଖାଇ ସାରିବା ପରେ ଏପରି ସମସ୍ତେ ଅସୁସ୍ଥ ଅନୁଭବ କଲେ। ପରେ ଧିରେ ଧିରେ ସମସ୍ତଙ୍କୁ ଝାଡାବାନ୍ତି ହୋଇଛଛିଲା। କେଉଁ କାରଣରୁ ଏତେ ସଂଖ୍ୟକ ଲୋକଙ୍କୁ ଝାଡ଼ାବାନ୍ତ ହେଲା, ତାହା ଜଣାପଡ଼ିନି। ଖାଦ୍ୟ ଯୋଗୁଁ ଏପରି ଘଟିଥିବା ଅନୁମାନ କରାଯାଉଛି।

ad-week
Leave A Reply

Your email address will not be published.