ମୋଦି-ପୋପ୍‌ ସାକ୍ଷାତକୁ ନେଇ ପରିହାସ, କ୍ଷମା ମାଗିଲା କଂଗ୍ରେସ

add-all

ଇଟାଲୀର ଆପୁଲିଆରେ ନିକଟରେ ଆୟୋଜିତ ହୋଇଥିଲା ଜି୭ ଶିଖର ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଗ ନେଇଥିଲେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ଠାରୁ ଆରମ୍ଭ ଅନେକ ବିଶ୍ୱ ନେତାଙ୍କ ସହ ତାଙ୍କର ସାକ୍ଷାତ ଉପରେ ସାରା ବିଶ୍ୱର ନଜର ଥିଲା। ଏହି ସମୟର ମୋଦି ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ମଧ୍ୟ ଭେଟିଥିଲେ। ତେବେ ତାଙ୍କର ଏହି ଭେଟ୍‌ଘାଟକୁ ନେଇ କଂଗ୍ରେସ ପରିହାସ କରିଥିଲା। ଏହାକୁ ନେଇ ବିବାଦ ବଢ଼ିବା ପରେ ଏବେ କଂଗ୍ରେସ କ୍ଷମା ମାଗିଛି।

ଜି୭ରେ ପୋପ୍‌ ଫ୍ରାନ୍ସିସ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ କଂଗ୍ରେସ କେରଳ ୟୁନିଟ୍‌ ଅପମାନିତ କଲା ଭଳି ଏକ ପୋଷ୍ଟ ସେୟାର କରିଥିଲା। ଏହି ପୋଷ୍ଟରେ କୁହାଯାଇଥିଲା, ‘ଶେଷରେ, ପୋପ୍‌ଙ୍କୁ ଭଗବାନଙ୍କୁ ଭେଟିବାର ସୁଯୋଗ ମିଳିଗଲା!’

ପ୍ରକୃତରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଏକ ବୟାନକୁ ଟାର୍ଗେଟ୍‌ କରି ଏହି ପୋଷ୍ଟ କରାଯାଇଥିଲା। ଯେଉଁଥିରେ ମୋଦି କହିଥିଲେ ‘ତାଙ୍କୁ ଭଗବାନ ଏକ ବିଶେଷ ଉଦ୍ଦେଶ୍ୟରେ ପୃଥିବୀକୁ ପଠାଇଛନ୍ତି।’ ତେବେ ଏହି ପୋଷ୍ଟକୁ ନେଇ ବିବାଦ ଉପୁଜିବା ପରେ ଏବେ କଂଗ୍ରେସ ସୋଶାଲ ମିଡିଆ ସାଇଟ୍‌ରୁ ଏହାକୁ ହଟାଇ ଦେଇଛି। ଏଥିସହ କ୍ଷମା ମଧ୍ୟ ମାଗିଛି।

ତେବେ ବିଜେପି ଏହାକୁ ଦୃଢ଼ ନିନ୍ଦା କରିବା ସହ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୋପ୍ ଫ୍ରାନ୍ସିସଙ୍କୁ କଂଗ୍ରେସ ଅପମାନିତ କରିଥିବା ଅଭିଯୋଗ କରିଛି। କେବରଳ ବିଜେପି ଅଧ୍ୟକ୍ଷ କେ ସୁରେନ୍ଦ୍ରନ୍‌ ଟ୍ୱିଟ୍‌ କରି କଂଗ୍ରେସ ଉପରେ ବର୍ଷିବା ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ଏବଂ କେସି ଭେନୁଗୋପାଲଙ୍କୁ ଏନେଇ ଜବାବ ମାଗିଛନ୍ତି।

ad-week
Leave A Reply

Your email address will not be published.