ରାଜ୍ୟରେ ଆହରି ୩ ଦିନ ତାତି

add-all

ଭୁବନେଶ୍ବର: ଦେଶରେ ମୌସୁମୀ ଆଗମନର ୨ ସପ୍ତାହ ଅତିକ୍ରମ କରିଛି, କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଲଗାମ ଲାଗୁ ନାହିଁ। ବରଂ ପ୍ରବଳ ଖରା ଓ ଗରମରେ ଓଡ଼ିଶା ଭାଜି ହେଉଛି। ଗ୍ରୀଷ୍ମଲହରି ଆହୁରି ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ଆହୁରି ୩ ଦିନ କଲକଲ କରିବ। ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହେଉଥିବା ‌ବେଳେ ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ତେବେ ଆସନ୍ତା ୧୯ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି। ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲେ ବି ପାଗ ଅନୁକୂଳ ନ ହେବାରୁ ଏହା ଆଗକୁ ଅଗ୍ରସର ହୋଇପାରି ନାହିଁ। ଏପର୍ଯ୍ୟନ୍ତ ରାଜ୍ୟରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ରାଜ୍ୟର ୪ଟି ଜିଲ୍ଲାରେ ସ୍ୱାଭାବିକ ଏବଂ ଗୋଟିଏ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଆଗାମୀ ୪ ଦିନ ମୌସୁମୀ ଅଗ୍ରସର ନେଇ ସ୍ଥିତି ଅନୁକୁଳ ଥିବା କହିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ad-week
Leave A Reply

Your email address will not be published.