ଫୁଲବାଣୀ ଲେଖକ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ବୈଠକ

add-all

ପୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ବୈଠକ ସମ୍ମୁଖ୍ୟର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ରବିନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ପ୍ରଥମେ ସମ୍ପାଦକ ବନବିହାରୀ ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ l ଆଗାମୀ ଦୁଇ ମାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା l ଜୁନ ମାସର ମାସାନ୍ତ କାର୍ଯ୍ୟକ୍ରମ ଗୋଛାପଡା ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା ବେଳେ ଜୁଲାଇ ମାସ ଫୁଲବାଣୀ ରେ କମଳା ପ୍ରକାଶିନୀ ସଂଯୋଜନାରେ ହେବ ବୋଲି ଆଲୋଚନା ହେଲା l ଆସନ୍ତା ନଭେମ୍ବର ମାସ ବେଳକୁ ପୁସ୍ତକମେଳା ଆୟୋଜନ କରିବାକୁ କର୍ମକର୍ତ୍ତାମାନେ ସ୍ଥିର କରିଥିଲେ l ଏହି ଅବସରରେ ମୁଖପତ୍ର ଈପସିତା ସହ କନ୍ଧମାଳର କବିମାନଙ୍କର ଶ୍ରେଷ୍ଠ କବିତାକୁ ନେଇ କନ୍ଧମାଳ ର କବି ଓ କବିତା ନାମକ ଏକ ପୁସ୍ତକ ପ୍ରକାଶିତ ହେବ, ଏଥିପାଇଁ ଲେଖା ଗୁଡିକ ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରେରଣ କରିବାକୁ ଆଲୋଚନା କରାଯାଇଥିଲା l ବାର୍ଷିକ ଓ ଆଜୀବନ ସଦସ୍ୟତା ଜୁଲାଇ ମାସ ସୁଦ୍ଧା ଶେଷ କରିବାକୁ ଆଲୋଚନା କରାଯାଇଥିଲା l ଯୁବ ପ୍ରତିଭା ଓ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କର୍ମଶାଳା କରି ସାହିତ୍ୟ ମନସ୍କ କରିବା ପାଇଁ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଶେଷରେ ସହଭୋଜ୍ୟ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ଉପସଭାପତି ବିଜୟ କୁମାର ମହାନ୍ତି, ସହ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ, ସଂଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା, ଉପଦେଷ୍ଟା ନବୀନ କିଶୋର ପଣ୍ଡା ଓ ଅନନ୍ତ ଚରଣ ମିଶ୍ର, କୋଷାଧ୍ୟକ୍ଷ ନୃସିଂହାନନ୍ଦ ମହାପାତ୍ର, ସଦସ୍ୟ ସଦାଶିବ ପାତ୍ର, ରାମକୃଷ୍ଣ ବେହେରା, ଦୁର୍ଯ୍ୟୋଧନ ପ୍ରଧାନ, କୁନ୍ଦନ ସିଂ, ଶ୍ୟାମସୁନ୍ଦର ପଣ୍ଡା, ମୋହନ ଦିଗାଲ, ନାଭିଦତ୍ୟ ଦିଗାଲ, ମୋହନ ରଣା, ଡ଼ଃ ଚିତ୍ତରଞ୍ଜନ ମିଶ୍ର ପ୍ରଭୃତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.