ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ, ୧୪୪ ଜାରି

add-all

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ବାଲେଶ୍ୱର ଟାଉନ୍‌ରେ । ଏହି ଗଣ୍ଡଗୋଳ ଯୋଗୁଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ ହୋଇଛି।

ସୂଚନା ଅନୁସାରେ ଆଜି ସକାଳେ ଟାଉନ ଥାନା ଅଞ୍ଚଳର ଏକ ରାସ୍ତା ପାର୍ଶ୍ୱରେ ରକ୍ତ ଭଳିଆ ଦେଖାଯାଉଥିବା ନାଲି ରଙ୍ଗର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ରକ୍ତ ବୋଲି ସନ୍ଦେହ କରି ଗୋଟିଏ ଗୋଷ୍ଠୀ ପାତ୍ରପଡ଼ା ଛକରେ ପ୍ରତିବାଦ କରିଥିଲା। ଏହି ସାମାନ୍ୟ କଥାରୁ ବିରାଟ ବଡ଼ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଢେଲା ପଥର ମାଡ଼ ମାରିବା ଆରମ୍ଭ କରିଥିଲେ। ଏପରିକି ଘଟଣାରେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଛନ୍ତି।

ଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟତ ଠପ୍‌ ହୋଇଥିଲା। ଖବର ପାଇ ଟାଉନ୍‌ ଥାନା ପୋଲିସ୍‌ ପହଞ୍ଚି ବୁଝାସୁଝା କରିଥିଲା। ହେଲେ କିଛି ସୁଫଳ ମିଳିନଥିଲା। ପୋଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବର ପାଇଁ ଏସ୍‌ଡିସିଓ ଓ ଟାଉନ୍‌ ଥାନା ଅଧିକାରୀ ଫୋର୍ସ ଧରି ପହଞ୍ଚିଥିଲେ। ବର୍ତ୍ତମାନ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି।

ad-week
Leave A Reply

Your email address will not be published.