ସାଂସଦଙ୍କୁ ତୁମୁଡିବନ୍ଧ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ୱାଗତ ସମର୍ଦ୍ଧନା

add-all

ଫୁଲବାଣୀ : କନ୍ଧମାଳ ସଂସଦୀୟ କ୍ଷେତ୍ରର ନବ ନିର୍ବାଚିତ ସାଂସଦ ମାନନୀୟ ସୁକାନ୍ତ ପାଣିଗ୍ରାହୀଙ୍କୁ ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସମର୍ଦ୍ଧନା ଜ୍ଞାପନ କରାଯାଇଛି l ଜିଲ୍ଲାର ଫିରିଙ୍ଗିଆ, ସାରଙ୍ଗଡ଼, ନୂଆଗାଁ, ବାଲିଗୁଡା, କୁର୍ତ୍ତମଗଡ଼ ତୁମୁଡିବନ୍ଧ ଓ କୋଟଗଡ଼ ପ୍ରଭୃତି ସ୍ଥାନରେ ବିପୁଳ ସ୍ୱାଗତ ବ୍ୟବସ୍ଥା କରାଯାଇଥିଲା l ଜଳେଶପଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦ୍ୱାରା ପ୍ରତିଷ୍ଠିତ ସଂସ୍କୃତ କନ୍ୟାଶ୍ରମରେ ଶ୍ରୀଯୁକ୍ତ ପାଣିଗ୍ରାହୀ ବଳିଦାନ ସ୍ଥଳୀ ପରିଦର୍ଶନ ପୂର୍ବକ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସ୍ୱାମୀଜୀଙ୍କ ଆଦର୍ଶରେ ପରିଚାଳିତ ଶ୍ରୀଯୁକ୍ତ ପାଣିଗ୍ରାହୀ ସ୍ୱାମୀଜୀଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ଦିଗରେ କାମ କରିବେ ବୋଲି କହିଥିଲେ l ପରେ ପରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ତରଫରୁ ନବନିର୍ବାଚିତ
ସଂସଦଙ୍କୁ ଫୁଲତୋଡ଼ା ଦେଇ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ, ସଭାପତି ପୁରୁଷୋତ୍ତମ ଲେଙ୍କା, ଉପସଭାପତି ପ୍ରସନ୍ନ କୁମାର ସାହୁ, ସମ୍ପାଦକ ହୀରାଲାଲ ପ୍ରଧାନ, ସହ ସମ୍ପାଦକ ମୁରଲୀଧର ମହାପାତ୍ର, ସଦସ୍ୟ ସୁଶାନ୍ତ ପାତ୍ର, ପ୍ରକାଶ ସାହୁ, କନ୍ୟାଶ୍ରମ ପରିଚାଳିକା ସନ୍ଧ୍ୟାରାଣୀ ପାଣିଗ୍ରାହୀ, ବି ଜେ ପି ଜିଲ୍ଲା କାର୍ଯ୍ୟକର୍ତ୍ତା ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ସ୍ୱାଗତ କରିଥିଲେ l

ad-week
Leave A Reply

Your email address will not be published.