
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଥିଲା ସମ୍ବର୍ଦ୍ଧନା ଉତ୍ସବ l ଏହି ଉତ୍ସବରେ ବିଦ୍ୟାଳୟର ଚଳିତ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ଅଧିକାଂଶ ସରକାରୀ ସ୍ମାର୍ଟ ବିଦ୍ୟାଳୟ ରେ ଏ୧, ଏ୨ ନଥିବା ବେଳେ ସର୍ବାଧିକ ୭ ଜଣ ଛାତ୍ରୀ ଏ୧ ଗ୍ରେଡ ରଖି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ଏହି ପରିପ୍ରେକ୍ଷୀରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା l ଏହି ସମ୍ଵର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସମ୍ମାନିତ ଅତିଥି ଭାବେ ଶୁଭେନ୍ଦୁ ତ୍ରିପାଠୀ ଯୋଗଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶାନ୍ତନୁ ରଥ, ବିଦ୍ୟାଳୟର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି. ଶିବ ଶଙ୍କର ପାତ୍ର, ଆଇନଜୀବୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ l ସମାଜର ଉନ୍ନତି ପାଇଁ ଆମ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ l
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଭେନ୍ଦୁ ତ୍ରିପାଠୀ ତାଙ୍କ ପିତା ସ୍ଵର୍ଗତ ନୃସିଂହ ତ୍ରିପାଠୀଙ୍କ ସ୍ମୃତି ରେ ବିଦ୍ୟାଳୟ ପ୍ରଥମକୁ ପୁରସ୍କୃତ କରିଥିଲେ l
ସହ ପ୍ରଧାନ ଆଚାର୍ଯ୍ଯ ବୈଜୟନ୍ତୀ ସାମନ୍ତରାୟ ସଭା କାର୍ଯ୍ୟ ପରିଚାଳନା ସହ ଧନ୍ଯବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍, ଉପଦେଷ୍ଟା ତଥା ପୂର୍ବତନ ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ବିଦ୍ୱତ ପରିଷଦର ସଭାପତି ବାସୁଦେବ ପ୍ରହରାଜ, କୋଷାଧକ୍ଷ ଗୋବିନ୍ଦ ନାୟକ,ଶଙ୍କର ବେହେରା, ମୁକ୍ତିକାନ୍ତ ମହାନ୍ତି,ସଂଘ କାର୍ଯ୍ୟକର୍ତ୍ତା ନିରଞ୍ଜନ ମିଶ୍ର, ବରିଷ୍ଠ ଆଇନଜିବୀ ଅଜିତ କୁମାର ପଟ୍ଟନାୟକ, ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l