ଧରାକୋଟରେ ସରକାରୀ ବାବୁଙ୍କ ଇଙ୍ଗିତରେ ପୋଡ଼ା ଇଟା ଭାଟି !

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ନଦୀ ତଟ ଅଞ୍ଚଳ ରେ ମାଳମାଳ ପୋଡ଼ା ଇଟା ଭାଟି । ଜିଲ୍ଲା ବାହାରୁ ଶ୍ରମିକ ଆଣି ଇଟା ଭାଟି ମାଫିଆ ମାନେ ଭଞ୍ଜନଗର ଠାରୁ ଧରାକୋଟ ଅଞ୍ଚଳର ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରି ଏହି ସବୁ ବେଆଇନ ଇଟା ଭାଟି କରିଥିବା ଚର୍ଚ୍ଚା ହେଉଛି। ଏପଟେ ଅଫିସର ରାଜ ବନ୍ଦ ହେବ ବୋଲି ନୂଆମନ୍ତ୍ରୀଙ୍କ ପକ୍ଷରୁ ବାବୁ ମାନଙ୍କୁ ତାଗିତ କରିଲେ ବି ବାବୁ ମାନେ ନ ସୁଧୁରିବା ନେଇ ଲୋକେ ଆଲୋଚନା କରୁଛନ୍ତି।ଧରାକୋଟ ଅଞ୍ଚଳ ରେ ଥିବା ଋଷିକୂଲ୍ୟା ନଈ କୂଳ ରେ ଏବେବି ଲକ୍ଷ ଲକ୍ଷ ପୋଡ଼ା ଇଟା ପ୍ରସ୍ତୁତ କରି ରଖାଯାଇଛି। ଏନେଇ ନିସର୍ତ୍ତ ରେ ଗତ ଏପ୍ରିଲ ମାସରେ ଖବର ପ୍ରକାଶ ହୋଇଥିଲା ନିକଟ ଜଙ୍ଗଲରେ ଥିବା ଗଛ ଗୁଡ଼ିକୁ ମଧ୍ୟ ଏହି ସବୁ ଇଟା ଭାଟିରେ ଜାଳେଣି ଭାବେ ବ୍ୟବହୃତ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ବେଆଇନ ଇଟା ଭାଟି ଗୁଡ଼ିକ ଉପରେ ଚଢ଼ାଉ ହେଲେ କେଉଁ କେଉଁ ବାବୁ ମାନଙ୍କ ଆଶୀର୍ବାଦ ରେ ଚାଲୁଛି ତାହା ଜଣାପଡିବ ବୋଲି ଲୋକେ ଆଲୋଚନା କରୁଛନ୍ତି।

ad-week
Leave A Reply

Your email address will not be published.