ମାଲକାନଗିରି ପୋଲିସ ନିକଟରେ ତିନଜଜଣ ମିଲିସିଆ ଆତ୍ମସମର୍ପଣ…

add-all

ମାଲକାନଗିରି : ତା ୨୦/୦୬ ମାଲକାନଗିରି ଏସପିଙ୍କ ନିକଟରେ ଆଜି ତିନି ଜଣ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ଛତିଶଗଡ ଦକ୍ଷିଣ ବସ୍ତର ମାଓ ସଂଗଠନର ମେମ୍ବର ବୋଲି ଜଣାପଡିଛି। ଛତିଶଗଡରେ ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯୋରଦାର ଅପରେସନ କରାଯାଇଥିବା ବେଳେ ଭୟବିତ ହୋଇ ଏମାନେ ମାଲକାନଗିରି ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।ଆତ୍ମସମର୍ପଣ କରିଥିବା ତିନି ଜଣ ମିଲିସିଆ ମାଓବାଦୀ ହେଉଛନ୍ତି ଦେବା ମାଡଭି, ଆଡମା ମାଡକାମି ଓ ମୁକା ସୋଡି । ତିନି ଜଣଙ୍କ ଘର ଛତିଶଗଡ ସୁକୁମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଛତିଶଗଡ ଏବଂ ଆନ୍ଧ୍ର କ୍ୟାଡରର ନିର୍ଯାତନା ମୂଳକ ଆଚରଣ ଯୋଗୁଁ ସକ୍ରିୟ ମାଓବାଦୀ କ୍ୟାଡର ମାନେ ମଧ୍ୟ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ଯୋଗଦେବାକୁ ଇଚ୍ଛୁକ କିନ୍ତୁ ସେମାନଙ୍କୁ DKSZC & AOBSZC ର ବରିଷ୍ଠ ମାଓବାଦୀ ନେତାମାନେ ଆତ୍ମସମର୍ପଣ କରିବାକୁ ଅନୁମତି ଦେଉ ନାହାଁନ୍ତି। ସେମାନଙ୍କୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ପୋଲିସ ଆଗରେ ପ୍ରକାଶ କରିଛନ୍ତି।ଆତ୍ମସମର୍ପଣ ପରେ ଏମାନଙ୍କୁ ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବା ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.