ମକ୍କାରେ ପ୍ରବ​ଳ ଗରମ, ତୀର୍ଥଯାତ୍ରୀ ମୃତ୍ୟୁସଂଖ୍ୟା ୧୦୦୦ ଟପିଲା

add-all

ରିୟାଦ : ଗୋଟିଏ ପଟେ ଭାରତ ଏଥର ରେକର୍ଡ ଭାଙ୍ଗି ଗରମ ଅନୁଭବ କରୁଛି। ସେପଟେ ସାଉଦି ଆରବରେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳୁଛି । ପ୍ରବଳ ଗରମ ମଧ୍ୟରେ ମକ୍କାରେ ହଜ୍ ଯାତ୍ରା ସମୟରେ ୧୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଯେଉଁଥିରେ ପ୍ରାୟ ୯୦ ଜଣ ଭାରତୀୟ ନାଗରିକ ଅଛନ୍ତି।
ଏକ ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ସାଉଦି ଆରବରେ ହଜ୍ ଯାତ୍ରା ସମୟରେ ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଅଣପଞ୍ଜୀକୃତ ତୀର୍ଥଯାତ୍ରୀ ଥିଲେ।

ଜଣେ ଆରବ କୂଟନୀତିଜ୍ଞମାନେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୩୨୩ ଜଣ ଇଜିପ୍ଟ ନାଗରିକ ଏବଂ ୬୦ ଜଣ ଜୋର୍ଡାନ ଅଛନ୍ତି । ସେହିପରି ଇଣ୍ଡୋନେସିଆ, ଇରାନ, ସେନେଗାଲ ଏବଂ ଟ୍ୟୁନିସିଆ ସମେତ ଆଉ କେତେକ ଦେଶରୁ ଯାଇଥିବା ତୀର୍ଥଯାତ୍ରୀ ବି ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଅଂଣପଂଜୀକୃତ ତୀର୍ଥଯାତ୍ରୀ ଥିବାରୁ କେଉଁ ଦେଶରୁ କେତେ ମୃତ୍ୟୁବରଣ କରିଛନ୍ତି ତାହା ଜାଣିବା କଷ୍ଟକର ହୋଇପଡ଼ୁଛି । ଗତବର୍ଷ ୨୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଣ୍ଡୋନେସିଆର ନାଗରିକ। ସାଉଦି ଆରବ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।

ad-week
Leave A Reply

Your email address will not be published.