୪ ମହଲାରୁ ପଡ଼ି ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍ ଜନସନ ମୃତ, ଆତ୍ମହତ୍ୟା ସଂଦେହ

add-all

ବେଙ୍ଗାଲୁରୁ: ଟି-୨୦ ବିଶ୍ବକପ୍ ୨୦୨୪ର ସୁପର-୮ରେ ଭାରତୀୟ ଦଳ ଆଜି ଆଫଗାନିସ୍ତାନ ବିପକ୍ଷ ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଭାରତୀୟ କ୍ରିକେଟ ଜଗତରେ ଏକ ଦୁଃଖଦ ଘଟଣା ଘଟିଛି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍ ଜନସନଙ୍କ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସେ ତାଙ୍କ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ। ତାଙ୍କ ବିୟୋଗ ଖବର ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଭାରତର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି ।
ପୁଲିସର କହିବା ଅନୁସାରେ ୫୨ ବର୍ଷୀୟ ଡେଭିଡ୍ ଜନସନ୍ ବେଙ୍ଗାଲୁରୁର କୋଥାନୁରରେ ଥିବା କନକ ଶ୍ରୀ ଲେଆଉଟରେ ଥିବା ତାଙ୍କ ଆପାର୍ଟମେଣ୍ଟରୁ ଖସି ପଡ଼ିଥିଲେ । ଏହା ଆତ୍ମହତ୍ୟା ବୋଲି ପୁଲିସ ସଂଦେହ କରୁଛି । କିନ୍ତୁ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି ।
ଡେଭିଡ୍ କର୍ଣ୍ଣାଟକ ପକ୍ଷରୁ ରଣଜୀ ଖେଳୁଥିଲେ । ୧୯୯୬ରେ ସେ ଭାରତ ପକ୍ଷରୁ ୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ।

ad-week
Leave A Reply

Your email address will not be published.