ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର

add-all

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରସ୍ଥିତ କୃଷ୍ଣନଗର ପୋଷ୍ଟ ଅଫିସରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି। ସେ ହିତାଧିକାରୀଙ୍କ ଜମା ଖାତାରୁ ଟଙ୍କା ଉଠାଇ ଫେରାର ହୋଇ ଯାଇଛନ୍ତି।
ଶତାଧିକ ହିତାଧିକାରୀଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ତହସିଲଦାରଙ୍କ ସମେତ ପୋଷ୍ଟ ଅଫିସର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ପୋଷ୍ଟ ମାଷ୍ଟର ଦୀପଙ୍କର ଦାସ ଗତ ୧୧ ଦିନ ହେବ ଅଫିସରେ ଅନୁପସ୍ଥିତ ଥିଲେ। ଏନେଇ ହିତାଧିକାରୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ହିତାଧିକାରୀମାନେ ପୋଷ୍ଟ ଅଫିସରେ ଜମା ଖାତା ଚେକ କରିବାରୁ ସେଥିରୁ ଟଙ୍କା ଉଠିଥିବା ଜାଣିବାକୁ ପାଇଥିଲେ।
ଶତାଧିକ ହିତାଧିକାରୀଙ୍କ ଜମା ଖାତାରୁ ଟଙ୍କା ଗାୟବ ହୋଇଥିବା ଦେଖିବାକୁ ମିଳିଛି। ପୋଷ୍ଟ ମାଷ୍ଟର ଦୀପଙ୍କର ଦାସଙ୍କୁ ଖୋଜା ଚାଲିଛି।

ad-week
Leave A Reply

Your email address will not be published.