ଟଙ୍କା ପାଇଁ ମହିଳା ନିଜେ ରଚିଥିଲେ ନିଜ ଅପହରଣର କାହାଣୀ

add-all

ଭୁବନେଶ୍ୱର: ଭୁବନେଶ୍ବରରୁ ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ୍‌ କରିଛି ପୋଲିସ । ଟଙ୍କା ପାଇଁ ନିଜ ଅପହରଣର ନାଟକ ରଚିଥିଲେ ମହିଳା। ଭାଇଠାରୁ ୧ କୋଟି ଟଙ୍କା ଝଡ଼େଇବାକୁ କରାଯାଇଥିଲା ଅପହରଣର ନାଟକ । ଏହି ଅପହରଣ ନାଟକରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କ ବନ୍ଧୁ ମଧ୍ୟ ସାମିଲ ଥିଲେ । ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ମଧ୍ୟ ଧରିଛି ପୋଲିସ ।

ପ୍ରେସମିଟ କରି ପୋଲିସ କମିଶନର ସଂଜୀବ ପଣ୍ଡା ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି। ପୋଲିସର କହିବାନୁସାରେ ସଂପୃକ୍ତ ମହିଳା ଜଣଙ୍କ ସ୍ବାମୀ ପରିତ୍ୟକ୍ତା ଏବଂ ସେ ତାଙ୍କର ବାପାମାଙ୍କ ସହ ରହନ୍ତି । ତେବେ ଭାଇଠାରୁ ୧ କୋଟି ଝଡ଼ାଇବାକୁ ରାଜସ୍ଥାନର ଇନ୍‌ଷ୍ଟାଗ୍ରାମ ବନ୍ଧୁ ସହ ପ୍ଲାନ୍‌ କରିଥିଲେ ଉକ୍ତ ମହିଳା ଜଣଙ୍କ। ଯୋଜନା ମୁତାବକ ଅପହରଣ ନାଟକ କରି ଭାଇଠାରୁ ୧୨ ଲକ୍ଷ ଟଙ୍କା ଝଡ଼ାଇ ନେଇଥିଲେ। ମହିଳାଙ୍କ ସହ ଅନ୍ୟ ଦୁଇଜଣଙ୍କୁ ନୟାଗଡ଼ରୁ ଧରି ଘଟଣାର ପର୍ଦ୍ଦାଫାସ୍ କରିବା ସହ ୧୨ ଲକ୍ଷ ଟଙ୍କା ଉଦ୍ଧାର କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତକାଲି ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଅପହରଣ କରିବା ପରେ କୋଟିଏ ଟଙ୍କା ମାଗୁଥିଲେ ଅପହରଣକାରୀ । ଏ ନେଇ ମହିଳାଙ୍କ ବାପା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଗତକାଲି ବାଣୀବିହାର ନିକଟରେ ଥିବା ସତସଙ୍ଗ ବିହାରକୁ ସଂପୃକ୍ତ ମହିଳା ଆସିଥିଲେ । ତାପରଠୁ ଆଉ ଘରକୁ ଫେରିନଥିଲେ ।

ad-week
Leave A Reply

Your email address will not be published.