ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

add-all

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ ଏକ ଘରୋଇ କଲେଜ ନିକଟରେ ହତ୍ୟାକାଣ୍ଡ ହୋଇଛି । ରାସ୍ତା କଡ଼ରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କଲା ପୋଲିସ । ମୃତ ଘର ମାଲିକ ସୁଶାନ୍ତ ଶତପଥୀ । ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ ୩୫ ବର୍ଷୀୟ ଏହି ଯୁବକ ତାଙ୍କ ପାଖରେ ଜଣେ ଯୁବକଙ୍କୁ ଭଡାରେ ରଖିଥିଲେ । ସଂପୃକ୍ତ ଯୁବକ ଜଣକ ସୁଶାନ୍ତଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ତେବେ ସଂପୃକ୍ତ ଯୁବକ ଜଣଙ୍କ କାହିଁକି ସୁଶାନ୍ତଙ୍କୁ ହତ୍ୟା କଲେ, ଏହା ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ି ନାହିଁ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସେହିପରି ଗତକାଲି ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗ ହୋଇଛି । ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କରିଛନ୍ତି ଅପହରଣକାରୀ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ବି ପୋଲିସ ହାତ ଖାଲି । ମହିଳା ଜଣକ ବିବାହିତା ହୋଇଥିବାବେଳେ ତାଙ୍କ ସ୍ଵାମୀ ଆମେରିକାରେ ଚାକିରି କରୁଛନ୍ତି । ହେଲେ ଦୀର୍ଘ ୨ ବର୍ଷ ଧରି ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇ ବାପା ମାଆଙ୍କ ପାଖରେ ଏକ ଆପାର୍ଟମେଣ୍ଟରେ ରହିଆସୁଥିଲେ ।

ad-week
Leave A Reply

Your email address will not be published.