ପେପର ଲିକ ସହ ପିଏଙ୍କ ଲିଙ୍କ ଅଭିଯୋଗ: ନୀରବତା ଭାଙ୍ଗିଲେ ତେଜସ୍ୱୀ ଯାଦବ

add-all

ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପିଏ ପ୍ରୀତମ କୁମାରଙ୍କ ଲିଙ୍କ ନିଟ ପେପର ଲିକ ସହ ରହିଥିବା ଅଭିଯୋଗ ହୋଇଛି। ବିହାରର ଉପ ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଏପରି ଅଭିଯୋଗ ଆଣିବା ପରେ ତଦନ୍ତକାରୀ ସଂସ୍ଥା ମଧ୍ୟ ତେଜସ୍ୱୀଙ୍କ ପିଏ ପ୍ରୀତମ କୁମାରଙ୍କୁ ଜେରା କରିବ ବୋଲି କୁହାଯାଉଛି।

ଏହାକୁ ନେଇ ବିବାଦ ଘନଉଥିବା ବେଳେ ପୂରା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ତେଜସ୍ୱୀ। ସେ ଉପ ମୁଖ୍ୟମନ୍ତ୍ରୀ ସିହ୍ନାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ଘଟଣାର କିଙ୍ଗପିନଙ୍କ ଠାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏମତି କୁହାଯାଉଥିବା ସେ ଦାବି କରିଛନ୍ତି।

ତେଜସ୍ୱୀ କହିଛନ୍ତି, “ଅର୍ଥନୀତିକ ଅପରାଧିକ ୟୁନିଟ(EOU) ମୋ ପିଏ(ପ୍ରୀତମ କୁମାର)ଙ୍କ ବିରୋଧରେ ଏଯାଏ କିଛି ବି କହିନାହିଁ। କେବଳ ବିଜୟ ସିହ୍ନା ଏପରି କହିଛନ୍ତି।

ଯଦି ଦରକାର ପଡ଼ିବ, ତା’ହେଲେ ପିଏଙ୍କୁ ପଚରାଉଚରା ପାଇଁ ମନ୍ତ୍ରୀ ଡାକି ପାରିବେ। ତେବେ ଏସବୁ କିଙ୍ଗପିନଙ୍କୁ ସୁରକ୍ଷା ଦେବାକୁ ଏପରି କରାଯାଉଛି। ଏବେ ଗୋଟିଏ ଫଟୋ ସାମ୍ନାକୁ ଆସିଛି।

ଏଥିରେ ବିଜେପି ନେତା ସମ୍ରାଟ ଚୌଧୁରୀଙ୍କ ସହ ଅଭିଯୁକ୍ତ ଅମିତ ଆନନ୍ଦ ରହିଛନ୍ତି। ଯଦି ମୋ ପିଏ ଦୋଷୀ ସାବ୍ୟସ୍ତ ହେବେ, ତା’ହେଲେ ସେ ନିଶ୍ଚିତ ଗିରଫ ହେବେ। କିନ୍ତୁ ବିବାଦ ଭିତରୁ ମୋ ନାଁକୁ ଟାଣିଲେ, କିଛି ବି ଲାଭ ହେବନି।”

ତେଜସ୍ୱୀଙ୍କ କହିବା କଥା ଯେ ଅମିତ ଆନନ୍ଦ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ad-week
Leave A Reply

Your email address will not be published.