ଦୀପାଳିଙ୍କ ଆବେଦନ ଗ୍ରହଣ କଲେ ଇସି, ୧୩ଟି ମତଦାନ କେନ୍ଦ୍ରର ଭୋଟ୍ ଯାଞ୍ଚ ହେବ

add-all

ଭୁବନେଶ୍ୱର: ଝାରସୁଗୁଡାର ବିଧାନସଭା ଅଧୀନରେ ହୋଇଥିବା ଭୋଟିଂ ମେସିନର ପୁନଃ ଯାଂଚ ହେବ। ଝାରସୁଗୁଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଲି ଦାସ ଏ ନେଇ କରିଥିବା ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି।

ଝାରସୁଗୁଡ଼ାରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୩୩୩ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ଦୀପାଳି। ଏହାପରେ ସେ ଇଭିଏମରେ ଭୋଟ୍ ଗଣତି ବେଳେ ଗଡବଡ ହୋଇଥିବା ଆଶଙ୍କା କରି ଏପରି ଏକ ଆବେଦନ କରିଛନ୍ତି। ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ଝିଅ ତଥା ଦୀପାଳି ଦାସ ୨୦୨୩ ରେ ହୋଇଥିବା ଉପନିର୍ବାଚନରେ ବିଜୟୀ ହୋଇଥିଲେ। ଏବେ କିନ୍ତୁ ବିଜେପି ପ୍ରାର୍ଥୀଙ୍କଠାରୁ ହାରିଯିବାକୁ ସେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏବେ ତାଙ୍କ ଆବେଦନକୁ ଗ୍ରହଣ କରି ଝାରସୁଗୁଡ଼ାର ୧୩ଟି ମତଦାନ କେନ୍ଦ୍ରର ଯାଞ୍ଚ ପାଇଁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି।

ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫% ଇଭିଏମ୍ ପୁନଃଯାଞ୍ଚ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ଉଲ୍ଲେଖ କରି ଦୀପାଳି ଦାସ ଗଣମାଧ୍ୟମକୁ କହିଛନ୍ତି, ଏହା ନୁହେଁ ଯେ ମୁଁ ଫଳାଫଳକୁ ନେଇ ଅସନ୍ତୁଷ୍ଟ, ବରଂ ଜଣେ ପ୍ରାର୍ଥୀ ଭାବେ ଇଭିଏମ୍ ଯାଞ୍ଚ କରିବା ମୋର ଅଧିକାର।

ଉଲ୍ଲେଖଯୋଗ୍ୟ, ଜଣେ ପ୍ରାର୍ଥୀ ନିଜ ନିର୍ବାଚନ ମଣ୍ଡଳୀରେ ଦାଖଲ ହୋଇଥିବା ନିର୍ବାଚନ ଆବେଦନର ସ୍ଥିତି ସିଇଓଙ୍କ ଦ୍ୱାରା ସମ୍ପୃକ୍ତ ହାଇକୋର୍ଟର ରେଜିଷ୍ଟ୍ରାରଙ୍କ ଠାରୁ ଯାଞ୍ଚ କରିବାର ୪ ସପ୍ତାହ ମଧ୍ୟରେ ଯାଞ୍ଚ ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ। ଜୁଲାଇ ୧୯ ତାରିଖରେ ନିର୍ବାଚନ ପିଟିସନ୍ ଅବଧି ଶେଷ ହେବା ପୂର୍ବରୁ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ସମୟରେ ଜାରି କରାଯିବ।

ad-week
Leave A Reply

Your email address will not be published.