ନିଟ ବିବାଦ: ଇସ୍ରୋ ଓ ଏମ୍ସର ପୂର୍ବତନ ମୁଖ୍ୟଙ୍କୁ ନେଇ ଗଠନ ହେଲା ୭ ଜଣିଆ କମିଟି

add-all

ନୂଆଦିଲ୍ଲୀ : ନିଟ ପେପର ଲିକ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଆଜି ଶିକ୍ଷା ମନ୍ତ୍ରଣାଳୟ ଗୋଟିଏ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି। ସ୍ୱଚ୍ଛ, ନିରକ୍ଷେପ ଓ ସରଳ ଭାବେ ବିଭିନ୍ନ ଜାତୀୟ ସ୍ତରୀୟ ପରୀକ୍ଷା ପାଇଁ ମନ୍ତ୍ରଣାଳୟ ଏପରି ଏକ କମିଟି ଗଠନ କରିଛି। ଏହି କମିଟି ପରୀକ୍ଷା ପ୍ରକ୍ରିୟାରେ ଉନ୍ନତି ଆଣିବା, ଡାଟା ସୁରକ୍ଷା ପ୍ରୋଟୋକଲ୍ ଓ ଏନଟିଏ ଢାଞ୍ଚାରେ ଉନ୍ନତି ଆଣିବା ଆଦି ଉପରେ କାର୍ଯ୍ୟ କରିବ। ଏନେଇ କେନ୍ଦ୍ରକୁ କମିଟି ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରସ୍ତାବ ଦିଆଯିବ।
କେନ୍ଦ୍ର ସରକାର ଖୁବଶୀଘ୍ର ଏପରି ଏକ କମିଟି ଗଠନ କରିବାକୁ ଯାଉଥିବା ଗୁରୁବାର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ। ଆଜି ଶିକ୍ଷା ମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରିଛି। କମିଟି ପକ୍ଷରୁ ଆସନ୍ତା ୨ ମାସ ମଧ୍ୟରେ ପରୀକ୍ଷା ପ୍ରକ୍ରିୟାର ସଂସ୍କାର ନେଇ ଗୋଟିଏ ରିପୋର୍ଟ ଶିକ୍ଷା ମନ୍ତ୍ରଣାଳୟରେ ଦାଖଲ କରାଯିବ।
ଏହି ୭ ଜଣିଆ କମିଟିର ଅଧ୍ୟକ୍ଷତା ଇସ୍ରୋର ପୂର୍ବତନ ମୁଖ୍ୟ ଡ. କେ ରାଧାକ୍ରିଷ୍ଣନ କରିବେ। ସେ ଏବେ ଆଇଆଇଟି କାନପୁରର ବୋର୍ଡ ଅଫ ଗଭର୍ଣ୍ଣରସ ଭାବେ କାମ କରୁଛନ୍ତି।
ସେହିପରି କମିଟିରେ ଏମ୍ସର ପୂର୍ବତନ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟର ବିଭାଗର ପୂର୍ବତନ ପ୍ରଫେସର ରାମମୂର୍ତ୍ତି କେ, ପିପୁଲ ଷ୍ଟ୍ରଙ୍ଗର ସହ ପ୍ରତିଷ୍ଠାତା ଓ କର୍ମଯୋଗୀ ଭାରତର ସଦସ୍ୟ ପଙ୍କଜ ବଂସଲ, ଆଇଆଇଟି ଦିଲ୍ଲୀର ଶିକ୍ଷାର୍ଥୀ ବ୍ୟାପାରର ଡିନ ଆଦିତ୍ୟ ମିତ୍ତଲ ଓ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୈସୱାଲ ରହିଛନ୍ତି।

ad-week
Leave A Reply

Your email address will not be published.