ମାଲକାନଗିରି ୨୨/୦୬ ଛତିଶଗଡର ବିଜାପୁର ଜିଲ୍ଲାରେ ୯ ଜଣ ମାଓବାଦୀ ଗିରଫ ହୋଇଛନ୍ତି l ସୂଚନା ଅନୁଯାଇ ବିଜାପୁର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ମାଓ ସଂଗଠନ ସକ୍ରିୟ ରହି କାର୍ଯ୍ୟ କରୁଥିବା ୯ ଜଣଙ୍କୁ ପୁଲିସ ଏବଂ ସୁରକ୍ଷାକର୍ମୀ ବିଶେଷ ସୂତ୍ରରୁ ଖବର ପାଇ ଗିରଫ କରିବାରେ ସଫଳ ହୋଇଛନ୍ତି l ଗିରଫ ୯ ଜଣ ମାଓବାଦୀ ହେଲେ ଏଲଓଏସ ସଦସ୍ୟ ରାଜୁ ଓୟମ,ମାଶା ନୁପେ, ଡୋଡି ପଦିଆ, ଭିମା ମାଡବି, ନାଗେଶ ଧୂର୍ବା, ସୁଖରାମ ତାମେ, ମୁଚାକି ଦେବା, ସିଙ୍ଗା ପଡିଆମି ଗିରଫ ସମସ୍ତ ମାଓବାଦୀ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଆଇଇଡି ଖଞ୍ଜିବା, ମାଓ ବନ୍ଦ ଡାକରା ସମୟରେ ସଡ଼କ ଖୋଳି ଅବରୋଧ କରିବା, ଗାଡି ପୋଡାଜଳା କରିବା, ଟାୱାରରେ ନିଆଁ ଲଗାଇବା, ଗ୍ରାମବାସୀଙ୍କୁ ମାରପିଟ କରିବା, ମାଓବାଦୀ ସଂଗଠନକୁ ବଜାରରୁ ସାମଗ୍ରୀ ଯୋଗାଇବା ଭଳି ଅନେକ ମାମଲାରେ ଜଡିତ ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l
