IAS ଅଧିକାରୀଙ୍କ ବିରୁଦ୍ଧରେ ଜମି ହଡ଼ପ ଅଭିଯୋଗ ଆଣିଲେ ଗାୟକ ଲକି ଅଲି

add-all

ନୂଆଦିଲ୍ଲୀ : ପ୍ରସିଦ୍ଧ ଗାୟକ ଲକି ଅଲି ଜଣେ IAS ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୁଦ୍ଧରେ ଜମି ହଡ଼ପ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଗାୟକ ଅଲି IAS ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ସ୍ୱାମୀ ଓ ଦିଅରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସରେ ଦ୍ୱାରସ୍ତ ହୋଇଛନ୍ତି।
ଏନେଇ ଅଲି ସୋଶାଲ ମଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ସୋଶାଲ ମିଡ଼ିଆରେ ଏକ ପୋଷ୍ଟ ଶେଆର କରି, ଆଇଏଏସ ଅଧିକାରୀ ସରକାରୀ ସମ୍ପତ୍ତିର ଅପବ୍ୟବହାର କରିବା ସହ ତାଙ୍କ ଜମିକୁ ବେଆଇନ ଭାବେ ଦଖଲ କରିଥିବା ସେ ଅଭିଯୋଗ କରିଛନ୍ତି।
ଗାୟକ ଅଲି ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ଡକ୍ୟୁମେଣ୍ଟ ପୋଷ୍ଟ କରି କହିଛନ୍ତି, ଆଇଏଏସ ରୋହିଣୀ ସିନ୍ଧୁରୀ ତାଙ୍କ ସ୍ୱାମୀ ସୁଧିର ରେଡ୍ଡୀ ଏବଂ ଦିଅର ମଧୁସୂଦନ ରେଡ୍ଡୀ ବିପୁଳ ଟଙ୍କା ବଦଳରେ ବେଆଇନ ଜମି କାରବାର ଚଳାଇଛନ୍ତି।
ରୋହିଣୀ ସରକାରୀ ସମ୍ପତ୍ତିର ଅପବ୍ୟବହାର କରି ତାଙ୍କ ଜମିକୁ ବେଆଇନ ଭାବେ ଦଖଲ କରିଥିବା ଅଲି ଅଭିଯୋଗ ହୋଇଛି। ଏମାନଙ୍କ ବିରୁଦ୍ଧରେ ଧାରା ୭ ଅଧୀନରେ କର୍ଣ୍ଣାଟକ ଲୋକାୟୁକ୍ତ ଆକ୍ଟ, ୧୯୮୪ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.