ଚିକିଟୀ ପ୍ରେସକ୍ଳବ ତରଫରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ଚିକିଟୀ ବ୍ଲକ ଚିକିଟୀ ପ୍ରେସକ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।ସଂଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ନେତ୍ତୃତ୍ୱରେ ପାତ୍ରପୁର ସ୍ଥିତ ବିଧାୟକଙ୍କ ବାସଭବନରେ ବିଧାୟକ ଶ୍ରୀ ସାମନ୍ତରାଙ୍କୁ ଭେଟି ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରିଥିଲେ। ଆଗାମୀ ସମୟରେ ସାମ୍ବାଦିକଙ୍କ ସହ ସୁସମ୍ପର୍କ ରକ୍ଷା କରି ବ୍ଲକର ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ସହ ଉତ୍ତମ ସହଯୋଗ ରଖିବା ନେଇ ସଂଘ ସମ୍ପାଦକ ତ୍ରିପତି ସାହୁ ବିଧାୟକଙ୍କୁ କହିଥିଲେ। ବିଧାୟକଙ୍କୁ ସମ୍ବର୍ଦ୍ଧନା ବେଳେ ସଙ୍ଘ ଉପସଭାପତି ଈଶ୍ୱର ମହାରଣା ,କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ଙ୍କ ସମେତ ଗଦାଧର ଶୁକ୍ଳ, ଅରୁଣ ଉଦୟ ସାହୁ, କୃଷ୍ଣଚନ୍ଦ୍ର ସାହୁ, ହରି ସେଠୀ,ରବୀନ୍ଦ୍ର ବାଡତ୍ୟା, ନୀଳାଦ୍ରି ବିହାରୀ ନାୟକ ପ୍ରମୂଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.