ବ୍ରହ୍ମପୁର: ୨୩- ୬ ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ଫଳା ଫଳ ଆସିବା ପର ଠାରୁ ବଜାର ରେ ପ୍ରତ୍ୟେକ ସାମଗ୍ରୀ ରେ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ପାଞ୍ଚସହ ଟଙ୍କା ଧରି ବଜାର କୁ ଗଲେ ବେଗ ଭର୍ତି ହେଉନି। ବଜାର ରେ ଆଳୁ, ପିଆଜ କିଲୋ ପ୍ରତି ୩୫ ରୁ ଉର୍ଦ୍ଧ ଥିବା ବେଳେ ଟମାଟ ଏବେ ଶତକ ପାର ହୋଇଛି। ସେହି ଭଳି ଭେଣ୍ଡି, ପୋଟଳ, କୋବି, ଝୁଡୁଙ୍ଗ, ବାଇଗଣ ଅନ୍ୟ ସବୁ ପରିବା ଦର ୭୦ ଟଙ୍କା ରୁ ଅଧିକ ଦରରେ ମନ ଇଚ୍ଛା ବଜାର ରେ ବିକ୍ରି ହେଇଛି। ଏହା ସଙ୍ଗକୁ ଚାଉଳ, ଅଟା, ସୁଜି, ତେଲ ରେ ମାତ୍ରାଧିକ ଦରରେ ନିର୍ବାଚନ ପରେ ପରେ ହୁଁ ହୁଁ ହୋଇ ଦର ବଢ଼ିଯାଇଛି। ଏହାର ସୁଯୋଗ ନେଇ କେତେକ ବ୍ୟବସାୟୀ ଅଦା, ରସୁଣ ଏବେ ଦେଢ଼ସହ ଟଙ୍କା ରୁ ଉର୍ଦ୍ଧ ରେ ବିକ୍ରି କରୁଛନ୍ତି। ଗରିବ ଗୁରୁବା ଠାରୁ ମଧ୍ୟମବତ୍ତି ପରିବାର ଦର ବୃଦ୍ଧି କୁ ଧର୍ମକୁ ଆଦରି ଚୁପଚାପ ନିଜର ଆଦାୟ କୁ ଦେଖି ପନିପରିବା ଓ ଅନ୍ୟ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳୁଛି। ଏପଟେ ନୂଆ ସରକାର ବାବୁ ମାନଙ୍କୁ ତାଗିତ କରୁଥୁବା ଓ ବିଭିନ୍ନ ଉପଦେଶ ଦେଉଥିବା ସୋସିଆଲ ମିଡ଼ିଆ ରେ ପ୍ରଚାର ପ୍ରସାର ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ଦିନ ହେଲା ଜିଲ୍ଲାର ବିଭିନ୍ନ ସହର ରେ ଥିବା କଳାବଜାରୀ ମାନଙ୍କୁ ଧରାପଗଡ଼ ହୋଇନଥିବା ଜଣାପ ଡ଼ିଛି। ନୂଆ ଭାବେ ନିର୍ବାଚିତ ହୋଇଥିବା ନେତା ମାନେ ବଜାରକୁ ଯାଇ ଦର ସମ୍ପର୍କ ରେ ତଦାରଖ କରିଲେ ଲୋକଙ୍କ ସମସ୍ୟା ଦୂର ହେବ ବୋଲି ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

