ଟ୍ରକ ଚାପାରେ ମହିଳା ମୃତ,ପୁଅ ଗୁରୁତର : ରାସ୍ତା ଉପରେ ଶବ ରଖି ପ୍ରତିବାଦ…

add-all

ମାଲକାନଗିରି,୨୩/୬ ମାଲକାନଗିରି ସଦର ମହକୁମାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳା ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି।ଘଟଣା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଟିନା ଗ୍ୟାରେଜ ଛକ ନିକଟରେ ବାସ କରୁଥିବା ପାର୍ବତୀ ପାଣିଗ୍ରାହୀ ନାମକ ମହିଳା ସଫେଇ କାମ କରିବାକୁ ନିଜ ପୁଅ ସହ ବ୍ଲକ କଲୋନୀକୁ ଯାଉଥିଲେ।ପୁଅ ସାଗର ସାଇକେଲରେ ବସାଇ ମା’କୁ ନେଉଥିଲା।ଡିଏନକେ ଟ୍ରାଫିକ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ମହିଳା ଉପରେ ଚଢ଼ି ଯାଇଥିଲା।ଟ୍ରକର ଆଗ ଚକ ତଳେ ପଡି ମହିଳା ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।ପୁଅ ସାଗରର ଗୋଡ଼ ଭାଙ୍ଗିବା ସହ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକେ ତୁରନ୍ତ ସଗାରକୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ।ପ୍ରକାଶ ଥାଉ କି ମୃତ ପାର୍ବତୀଙ୍କ ସ୍ୱାମୀ ମଧୁ ପାଣିଗ୍ରାହୀ ଅନ୍ୟ ଏକ ମହିଳା ସହ ଅନ୍ୟତ୍ର ରହୁଛନ୍ତି।ପର୍ବତୀଙ୍କ ଦେଢ଼ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି।ଘରେ ଛାଡ଼ି ପାର୍ବତୀ କାମକୁ ଯାଉଥିଲେ।ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

ad-week
Leave A Reply

Your email address will not be published.