ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା : ଅପରାଧିକ ମାମଲା ରୁଜ୍ଜୁ କଲା ସିବିଆଇ

add-all

ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ରବିବାର (ଜୁନ୍ ୨୩) ଏକ ଫୌଜଦାରୀ ମାମଲା ରୁଜୁ କରିଛି। ସିବିଆଇ ଆଇପିସି ଧାରା ୪୨୦ (ଠକେଇ) ଏବଂ ୧୨୦ ବି (ଷଡ଼ଯନ୍ତ୍ର) ଅନୁଯାୟୀ ଏଫଆଇଆର ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ ଏକ ପୃଥକ ମାମଲା ରୁଜୁ କରିଛି। ବିହାର ଓ ଗୁଜରାଟ ପୁଲିସ ରୁଜ୍ଜୁ କରିଥିବା ମାମଲାକୁ ନିଜ ହାତକୁ ନେଇ ନାହିଁ । ଏହି ଦୁଇ ରାଜ୍ୟର ପୁଲିସ ଏବେ ନିଜ ସ୍ତରରେ ତଦନ୍ତ ଜାରି ରଖିଛନ୍ତି । ଏହି ମାମଲାରେ ବିହାର ପୁଲିସ୍ ଶନିବାର ୬ ଜଣଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୯ ଜଣଙ୍କୁ ଗିରଫ କରିଛି ବିହାର ଓ ଗୁଜରାଟ ପୁଲିସ ।

ଏହି ମାମଲାରେ ଆବଶ୍ୟକ ପଡ଼ିଲେ ସିବିଆଇ ବିହାର ଓ ଗୁଜରାଟ ପୁଲିସ ସହ ଯୋଗାଯୋଗ କରିବ। ଉଭୟ ରାଜ୍ୟର ପୂଲିସର ସମ୍ମତି ପରେ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କ ମାମଲାକୁ ଅକ୍ତିଆର କରାଯାଇ କେସ୍ ଡାଏରୀ ନିଆଯାଇପାରିବ ।

ପୂର୍ବରୁ ୟୁଜିସି ନେଟ୍ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ଏକ ଅପରାଧିକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଛି। ସିବିଆଇର ଦିଲ୍ଲୀ ୟୁନିଟ୍ ପୂରା ମାମଲାର ତଦନ୍ତ କରୁଛି ।

ad-week
Leave A Reply

Your email address will not be published.