ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

add-all

ନୂଆଦିଲ୍ଲୀ : ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।
କେଜ୍ରିୱାଲଙ୍କୁ ଜାମିନ ଦେବା ବେଳେ ତଳ କୋର୍ଟ ନିଜର ମୁଣ୍ଡ ଆଦୌ ଖର୍ଚ୍ଚ କରି ନଥିଲେ। ସେହିପରି ତଦନ୍ତକାରୀ ସଂସ୍ଥା ଦାଖଲ କରିଥିବା ପ୍ରମାଣକୁ ମଧ୍ୟ କୋର୍ଟ ବିଚାରକୁ ନେଇ ନ ଥିଲେ। ଟ୍ରାଏଲ କୋର୍ଟଙ୍କ ମତ ଠିକ ନୁହେଁ। ତଦନ୍ତକାରୀ ସଂସ୍ଥା ଇଡି କରିଥିବା ଆବେଦନର ବିଚାର ପାଇଁ କିଛି ସମୟ ଆବଶ୍ୟକ।
ଟ୍ରାଏଲ କୋର୍ଟର ବିଚାରପତି ସ୍ପଷ୍ଟ ଭାବେ ଦସ୍ତାବିଜଗୁଡ଼ିକୁ ବୁଝି ପାରି ନାହାନ୍ତି। ସେହିପରି ତଦନ୍ତକାରୀ ସଂସ୍ଥାର ଯୁକ୍ତିକୁ ମଧ୍ୟ ସେ ଗ୍ରହଣ କରି ନାହାନ୍ତି। ଫଳର ସ୍ୱରୂପ ଟ୍ରାଏଲ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଯାଉଛି ବୋଲି ହାଇକୋର୍ଟ କହିଛନ୍ତି।
ତଳ କୋର୍ଟଙ୍କ ଜାମିନ ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଥିବାରୁ କେଜ୍ରିୱାଲଙ୍କୁ ପୂର୍ବଭଳି ଜେଲରେ ରହିବାକୁ ପଡ଼ିବ। ତେବେ ଆସନ୍ତାକାଲି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ। ହାଇକୋର୍ଟ ଶୁକ୍ରବାର ଠାରୁ ଜାମିନ ଉପରେ ରୋକ ଲଗାଇଥିବା ବେଳେ ଏହାକୁ କେଜ୍ରିୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
କିନ୍ତୁ ସୁପ୍ରିମକୋର୍ଟ ସୋମବାର ଶୁଣାଣି ବେଳେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ କହିଥିଲେ। ହାଇକୋର୍ଟ ରାୟ ଦେବା ପରେ ହିଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ ବୋଲି କହିଥିଲେ। ଆଜି ହାଇକୋର୍ଟ କେଜ୍ରିୱାଲଙ୍କୁ ନିରାଶ କରିଥିବାରୁ ଆସନ୍ତାକାଲି ସର୍ବୋଚ୍ଚ ଅଦାଲତ ଏହାର ଶୁଶାଣି କରିବେ।

ad-week
Leave A Reply

Your email address will not be published.