ପ୍ରଶ୍ନପତ୍ର ଲିକ୍ କଲେ ଆଜୀବନ ଜେଲ୍ ଓ ଏକ କୋଟି ଜରିମାନା, ଯୋଗୀ ସରକାର ଆଣିଲେ ଅଧ୍ୟାଦେଶ

youtube

ଲକ୍ଷ୍ନୌ: ନିଟ୍ ଓ ୟୁଜିସି ନେଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ପେପର ଲିକ୍ ଓ କପି ମାଫିଆଙ୍କୁ ସାବାଡ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଅଧ୍ୟାଦେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଅଧ୍ୟାଦେଶ କାର୍ଯ୍ୟକାରୀ ହେବା ମାତ୍ରେ ନକଲି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଧିକ ତ୍ୱରାନ୍ୱିତ ହେବ। ପ୍ରଶ୍ନପତ୍ର ଲିକ୍ ଘଟଣା ସରକାରଙ୍କ ପ୍ରୟାସକୁ ବଡ଼ ଝଟକା ଦେଇଛି। ଗୋଟିଏ ପଟେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ଅନ୍ୟପଟେ ବିରୋଧୀ ମଧ୍ୟ ଏହି ପ୍ରସଙ୍ଗରେ ଜୋରଦାର ଆକ୍ରମଣ ଜାରି ରଖିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ମାଫିଆ, ଅପରାଧୀଙ୍କ ବିରୋଧରେ ଅଭିଯାନ ଚଳାଇଥିଲେ। ଏବେ କପି ପ୍ରଶ୍ନପତ୍ର ଲିକ୍ ଓ ସଲଭର ଗ୍ୟାଙ୍ଗସହିତ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଧ୍ୟାଦେଶ ଅନୁଯାୟୀ ପେପର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୨ ବର୍ଷରୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି। ଏହାବ୍ୟତୀତ ଏକ କୋଟି ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ। ଆଜି ଅନୁଷ୍ଠିତ ବୈଠକରେ ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସୂଚନାଯୋଗ୍ୟ, ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.