ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ

add-all

ଭୁବନେଶ୍ବର: ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ।

ଏହି ବିବାଦ ରାଜ୍ୟ ରଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। କିନ୍ତୁ ପୂର୍ବ ସରକାର କେବେବି ସମାଧାନ ପାଇଁ ବିଶେଷ ଉଦ୍ୟମ କରିନାହାନ୍ତି। ଛତିଶଗଡ଼ ସହ ଆଲୋଚନା କଲେ ନାହିଁ ଏପରିକି ଟ୍ରିବ୍ୟୁନାଲକୁ ମଧ୍ଯ ସାହାର୍ଯ୍ୟ କଲେ ନାହିଁ। ସେପଟେ କେନ୍ଦ୍ର ଜନ କମିଶନଙ୍କ ନିକଟରେ ମଧ୍ଯ ସଠିକ୍ ତଥ୍ୟ ରଖିଲେ ନାହିଁ। ଯେଉଁଥିପାଇଁ ଏହି ମାମଲା ଏଟେ ଦିନ ହେବ ପଡ଼ିଛି। କିନ୍ତୁ ଏବେ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ଖୁବଶିଘ୍ର ଆମେ ସବୁ ତଥ୍ୟ ଦାଖଲ କରିବୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ବହୁ ବର୍ଷ ଧରି ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ଆନ୍ଦୋଳନ ହେଉଛି । କିନ୍ତୁ ଛତିଶଗଡ଼ ତାର ନିଜ ସ୍ୱାର୍ଥ ସାଧନ କରୁଥିବା ବେଳେ ଓଡିଶାକୁ ହକ ମିଳିପାରୁନାହିଁ । ବର୍ତ୍ତମାନ ରାଜନୈତିକ ସ୍ଥିତି ବଦଳିଥିବାରୁ ଏହି ସମସ୍ୟାର ସମାଧାନ ନେଇ ଲୋକେ ଆଶାବାଦୀ ହୋଇପଡିଛନ୍ତି ।

ad-week
Leave A Reply

Your email address will not be published.