ଜେଲରୁ ଯେମିତି ବାହାରିପାରିବେନି ସେଭଳି ବ୍ୟବସ୍ଥା କରାଯାଇଛି: ସୁନୀତା

add-all

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍‌ ବ୍ୟୁ‌ରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ଗିରଫ କରିଥିଲା । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇବା ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ୍‌। ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ କେଜ୍ରିୱାଲ୍‌ଙ୍କୁ ଗିରଫ କରାଯାଇଛି। ତେବେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କହିଛନ୍ତି ଯେ ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରୀକାଳୀନ ପରିସ୍ଥିତି | ନିଜ ସୋସିଆଲ ମିଡ଼ିଆରେ ସୁନୀତା ଲେଖିଛନ୍ତି ଯେ, ଜୁନ ୨୦ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଲା |

ଏହା ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ ସଜାଇଦେଲା | ଆଜି ସିବିଆଇ ଗିରଫ କଲା | ପୁରା ଶାସକ ଦଳ ଲାଗିପଡିଛନ୍ତି ଯେ କେଜ୍ରିୱାଲ ଯେଭଳି ଜେଲ ବାହାରକୁ ଆସିପାରିବେ ନାହିଁ | ଏହା ଆଇନ ନୁହେଁ, ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରୀକାଳୀନ ପରିସ୍ଥିତି। ଉଲ୍ଲେଖ ଥାଉ କି ଦିଲ୍ଲୀର ଏକ ନିମ୍ନ ଅଦାଲତ ଜୁନ୍ ୨୦ରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହା ଉପରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ଇଡି କେଜ୍ରିୱାଲଙ୍କ ଜାମିନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଯାହାର ଶୁଣାଣି ପରେ କୋର୍ଟ ଜାମିନ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସିବିଆଇ ତାଙ୍କୁ ଗିରଫ କରିଥିଲା |

ad-week
Leave A Reply

Your email address will not be published.