ରାସ୍ତା ନିର୍ମାଣ ପାଇଁ ଗଛକଟା : ବନ ବିଭାଗର ନୀରବତାକୁ ସନ୍ଦେହ କରୁଛନ୍ତି ଅଞ୍ଚଳବାସୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ବ୍ୟାପକ ରାସ୍ତା କାର୍ଯ୍ୟ ଚାଲୁରହିଥିବା ବେଳେ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ତେଗଡାପଲ୍ଲୀ ଗ୍ରାମ ଠାରୁ ବାଟେନବାଡା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ପାଇଁ ବେଆଇନ ଭାବେ ଶହ ଶହ ଗଛ କଟାଯାଉଥିବା ଦେଖିବାକୁ ମିଳିଛି । ପାହାଡରୁ ମୋରମ ମାଟି ମଧ୍ୟ ଖନନ କରାଯାଇଛି। ତେବେ ବିଡମ୍ବନା ର ବିଷୟ ହେଲା ଏ ସବୁ ଜାଣି ସୁଦ୍ଧା ବନ ବିଭାଗ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ହାତ ଟେକି ଦେଇଥିବା ଦେଖାଯାଇଛି ।

ଖବର ଅନୁଯାୟୀ ମାଲକାନଗିରି ଜିଲ୍ଲା ପରିଷଦ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷରେ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ବାଟେନବାଡା ଗ୍ରାମ ଠାରୁ ତେଗଡାପଲ୍ଲୀ ଗ୍ରାମ ୧୦ ଲକ୍ଷ ଟଙ୍କା ବ୍ୟୟରେ ଗ୍ରେଡ ମେଟାଲିଂ ସହ ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯାଛି। ଏହି କାମକୁ ତରବରିଆ ଭାବେ ସାରିବା ପାଇଁ ବ୍ଲକର ଯନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଏହାର ସୁଯୋଗ ନେଇ ସରକାରୀ କାମ ଦର୍ଶାଇ ଶହ ଶହ ଗଛ କାଟିବା ସହ ସବୁ ସରକାରୀ ନିୟମକୁ ଉଲ୍ଲଂଘନ କରି ଉଭୟ ଗ୍ରାମ ମଝିରେ ରହିଥିବା କ୍ଷୁଦ୍ର ପାହାଡ଼ରୁ ମାଟି ମଧ୍ଯ ଖଦେଇ କରି ରାସ୍ତାରେ ବିଛେଇ ଥିଲେ। ଏହାରି ମଧ୍ୟରେ ଉକ୍ତ ପ୍ରକଲ୍ପ ଶେଷ ହେବାକୁ ଯାଇଥିବା ବେଳେ ବନ ବିଭାଗ ପକ୍ଷରୁ କିନ୍ତୁ ଗଛ କାଟ କିମ୍ବା ମାଟି ଖୋଦେଇ ନେଇ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଜଙ୍ଗଲର ସୁରକ୍ଷା ଲାଗି ସରକାରୀ କଳରୁ କୋଟି କୋଟି ଟଙ୍କା ବ୍ୟୟ କରି ସଚେତନତା କାର୍ଯ୍ୟକ୍ରମ ସହ ରେଞ୍ଜର ଠାରୁ ଆରମ୍ଭ କରି ଫରେଷ୍ଟ ଗାର୍ଡ ଓ ସେଫଟି ୟୁନିଟ୍ ଭଳି ଟିମ ମଧ୍ୟ ତୃଣମୂଳ ସ୍ତରରେ ରହିଛି।

ତେବେ ଏହି ରାସ୍ତା ନିର୍ମାଣ ବେଳେ ପରିବେଶ ସୁରକ୍ଷା କିମ୍ବା ସରକାରୀ ରାଜସ୍ଵ ସଂଗ୍ରହ ଦିଗରେ ଦୃଷ୍ଟି ନଦେଇ କାହା ଚାପରେ ବନ ବିଭାଗ ଅଣଦଖା କରିଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବାବଦରେ ଜଣେ ବନ କର୍ମଚାରୀଙ୍କୁ ପଚାରିବାରୁ ସେ ଏହି ବୃକ୍ଷ କାଟ ବାବଦରେ ଜାଣିଥିଲେ ତେବେ ଗଣମାଧ୍ୟମ ଠାରୁ ସୂଚନା ପାଇ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ଘଟଣାର ପହଁଞ୍ଚିବା ପରେ କାମଟି ଯନ୍ତ୍ରିଙ୍କ ନାମରେ ହିଁ ରହିଥିଲା ବୋଲି ଜାଣିପାରିଥିଲେ। ଏହାପରେ ଉକ୍ତ ଯନ୍ତ୍ରୀ ଙ୍କୁ ନୋଟିସ କରାଯାଇ ଆବଶ୍ୟକ ରାଜସ୍ଵ ସଂଗ୍ରହ କରାଯିବ ବୋଲି ବନ କର୍ମଚାରୀ ଜଣଙ୍କ କହିଛନ୍ତି। ଅନ୍ୟପଟେ ଏତେ ଦିନ ଧରି କେଉଁ ଉଦ୍ଦେଶ୍ଯ ରଖି କିମ୍ବା କାହା ଚାପରେ ବନ ବିଭାଗ ପକ୍ଷ୍ୟରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା ଓ ଗଣମାଧ୍ୟମର ସୂଚନା କ୍ରମେ ତୁରନ୍ତ ଏକ କାର୍ଯ୍ୟାନୁଷ୍ଠାନର ଆଶ୍ୱସନା ଦିଆଗଲା ତାହା ଏବେବି ପ୍ରଶ୍ନବାଚୀ ହୋଇ ରହିଛି। ଉପରୋକ୍ତ ରାସ୍ତା କାମରେ ବନ ବିଭାଗର ସମ୍ପୃକ୍ତି ଦୁର୍ଗମ ତଥା ପାହାଡିଆ ଅଞ୍ଚଳରେ ବନ ବିଭାଗର ଠିକାଦାର କିମ୍ବା ଠିକା ସଂସ୍ଥା ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା କୁ ପଦାରେ ପକାଉଛି। ଏପରି ସ୍ଥିତିରେ ତେଗଡାପଲ୍ଲୀ ଗ୍ରାମ ଠାରୁ ବାଟେନବାଡା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ନିମନ୍ତେ ଖୋଦେଇ ସହ ଗଛ କାଟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.