ଦିଲ୍ଲୀରେ ୮୮ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

add-all

ନୂଆଦିଲ୍ଲୀ : ଗୁରୁବାର ଠାରୁ ଦିଲ୍ଲୀ-ଏନସିଆରରେ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ରାଜଧାନୀରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଛି ଦିଲ୍ଲୀ। ସାଂସଦ ଓ ମନ୍ତ୍ରୀଙ୍କ ଘରେ ପଶିଛି ପାଣି।
ଲଗାଣ ବର୍ଷା ଯୋଗୁ ରାସ୍ତାରେ ପାଣି ସୁଅ ମାରିଛି। ଟ୍ରାଫିକ ଜାମ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। କେବଳ ତଳିଆ ଅଞ୍ଚଳ ନୁହେଁ, ଗୁରୁତ୍ୱପୂର୍ଣ୍ଣ ରାସ୍ତା ଗୁଡ଼ିକରେ ପାଣି ଜମି ରହିବାରୁ ସାଧାରଣ ଲୋକ ହନ୍ତସନ୍ତ ହୋଇଛନ୍ତି।
ଦିଲ୍ଲୀକୁ ବୁଡ଼ାଇଥିବା ଓ ଭସାଇଥିବା ଲଗାଣ ବର୍ଷା ୮୮ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ସକାଳ ୮.୩୦ରୁ ଶୁକ୍ରବାର ସକାଳ ୮.୩୦ ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨୮ ମିମି ବର୍ଷା ରେକର୍ଡ କରାଯାଇଛି।
୧୯୩୬ ପରେ ଦିଲ୍ଲୀରେ କେବେ ବି ଏଭଳି ସ୍ଥିତି ଦେଖିବାକୁ ମିଳି ନଥିଲା। ୧୯୩୬ ମସିହା ଜୁନ ମାସରେ ଦିଲ୍ଲୀରେ ସର୍ବାଧିକ ୨୩୫.୫ ମିମି ବର୍ଷା ରେକର୍ଡ କରାଯାଇଥିଲା। ଜୁନ ମାସରେ ସାଧାରଣତଃ ଦିଲ୍ଲୀରେ ୮୦.୬ ମିମି ବର୍ଷା ହୋଇଥାଏ। କିନ୍ତୁ ୨୪ ଘଣ୍ଟାରେ ୨୨୮ ମିମି ବର୍ଷା ହୋଇଛି।
ଲଗାଣ ବର୍ଷା ଦିଲ୍ଲୀ-ଏନସିଆବାସୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। ସାଧାରଣ ଲୋକମାନେ ପାଣି ଜମି ରହିବା ସମସ୍ୟା ସହ ଭୟଙ୍କର ଟ୍ରାଫିକ ଜାମରେ ପଡ଼ିଥିଲେ।
ଅନ୍ୟପକ୍ଷରେ ଦିଲ୍ଲୀବାସୀ ଦୀର୍ଘ ୨ ମାସ ହେଲା ଭୋଗୁଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଲଗାଣ ବର୍ଷା ଯୋଗୁ ଆଶ୍ୱସ୍ତି ପାଇଛନ୍ତି। ଦିଲ୍ଲୀରେ ଆଜି ତାପମାତ୍ରା ୨୪.୭ ଡିଗ୍ରୀ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ତାପମାତ୍ରା ଠାରୁ ୩.୨ ଡିଗ୍ରୀ କମ।

ad-week
Leave A Reply

Your email address will not be published.