୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି: ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ

add-all

ଭୁବନେଶ୍ବର: ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ। ଏନେଇ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ମେକ୍ ଇନ୍ ଓଡ଼ିଶା ନାଁ ବଦଳାଇ ଉତ୍କଳ ଇନଭେଷ୍ଟ ସମ୍ମିଟ ହୋଇପାରେ। ଯାହା ଜରିଆରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ।
ସେ କହିଛନ୍ତି, ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ। ଓଡ଼ିଶାକୁ ଶିଳ୍ପକ୍ଷେତ୍ରରେ କିଭଳି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି। ୨୦୨୭ ସୁଦ୍ଧା ଇଣ୍ଡଷ୍ଟ୍ରିଆଲ କରିଡରକୁ ବିକଶିତ କରିବୁ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ପ୍ରଚୁର ମାତ୍ରାରେ ରହିଛି । ଏଠାରେ ପାଣି, ଖଣି ଓ ଲମ୍ବା ସମୁଦ୍ରତଟ ରହିଛି। ତେଣୁ ଏହା ଜରିଆରେ ଓଡ଼ିଶାକୁ ଶିଳ୍ପସମୃଦ୍ଧ କରାଯିବ। ଶିଳ୍ପକୁ ୧୦୦ ଦିନର ପ୍ଲାନ ରହିଛି, ତାହାର ରୂପରେଖ ପ୍ରସ୍ତୁତ ଚାଲିଛି।। ଏନେଇ ଖୁବଶୀଘ୍ର ସରକାର ଅବଗତ କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

ad-week
Leave A Reply

Your email address will not be published.