କୋରାପୁଟରେ ୨ଜଣ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ

add-all

କୋରାପୁଟ : ସଂକ୍ରମିତ ତଥା ମୃତ ଗାଈ ମାଂସ ଖାଇ ୨ ଜଣ ବ୍ୟକ୍ତି ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଛନ୍ତି। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ଦେଵୀଘାଟ ପଞ୍ଚାୟତ ପଡ଼େଇଗୁଡ଼ା ଗାଁରେ। ଡାକ୍ତରୀଟିମ୍ ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ସୂଚନା ଅନୁଯାୟୀ, ପଡ଼େଇଗୁଡ଼ା ଗାଁରେ କିଛି ଲୋକେ ଗତ ୧୪ ତାରିଖରେ ଏକ ମୃତ ଗାଈର ମାଂସ ଖାଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ କେତେକ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଖବର ପାଇବା ପରେ ତୁରନ୍ତ ଏକ ମେଡିକାଲ୍ ଟିମ ଗାଁକୁ ଯାଇ ସ୍ଥିତି ଯାଞ୍ଚ କରିଥିଲା। ଗାଁର ପ୍ରାୟ ୪୧୦ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ପରେ ଲକ୍ଷଣ ଥିବା ୬ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସେଥିରୁ ଆଦୁ ଜାନି (୫୦) ଓ ଭଗବାନ କିରସାନି(୪୫)ଙ୍କୁ ଆନ୍ଥ୍ରାକ୍ସ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା।
ବର୍ତ୍ତମାନ ପ୍ରାଣୀମାନଙ୍କୁ ଭେକସିନର ବ୍ୟବସ୍ଥା କିଭଳି ରହିଛି ତାହାର ସମୀକ୍ଷା କରାଯିବା ସହ କୌଣସି ମୃତ ପ୍ରାଣୀଙ୍କ ମାଂସ କେହି ନ ଖାଇବାକୁ ଗାଁର ଲୋକମାନଙ୍କୁ ସଚେତନ କରାଯାଉଛି।

ad-week
Leave A Reply

Your email address will not be published.