ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବୈଠକରେ ହଙ୍ଗାମା

add-all

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବୈଠକରେ ହଙ୍ଗାମା। ବିଏମସି କର୍ପୋରେସନ ବୈଠକରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବା ଓ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହୋଇନପାରିବା ଅଭିଯୋଗ ନେଇ ବୈଠକ ତ୍ୟାଗ କରିଥିଲେ ବିଜେଡିର କିଛି କର୍ପୋରେଟର। ନିର୍ଦ୍ଦିଷ୍ଟ ଭାବେ କିଛି କର୍ପୋରେଟର ବୈଠକରେ ଅଶାନ୍ତି ତଥା ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣି କକ୍ଷ ବାହାରକୁ ଚାଲିଯାଇଥିଲେ। ପରେ ସେମାନଙ୍କୁ ବୁଝାସୁଝା କରି ବୈଠକକୁ ଅଣାଯାଇଥିଲା। ଅନ୍ୟପଟେ ୱାର୍ଡର ସମସ୍ୟାକୁ ନେଇ ପ୍ରଶ୍ନ କରିବା ବେଳେ ବିଜେଡି କର୍ପୋରେଟର ବିଶୃଙ୍ଖଳିତ ଆଚରଣ କରି ବାହାରକୁ ଯାଇଥିବା ଅଭିଯୋଗ କରିଛନ୍ତି ବିଜେପି କର୍ପୋରେଟର।
ଆଜି ତିନି ମାସ ପରେ ବସିଥିବା କର୍ପୋରେସନ ବୈଠକରେ ପ୍ରଥମରୁ ବିଭିନ୍ନ ୱର୍ଡ଼ର ସମସ୍ୟା ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଥିଲା। ଯାହାକୁ ନେଇ ଉଭୟ ବିଜେଡି ଓ ବିଜେପି କର୍ପୋରେଟରଙ୍କ ମଧ୍ୟରେ ହୋ ହାଲ୍ଲା ଦେଖିବାକୁ ମିଳିଥିଲା। ବୈଠକରେ ଭୁବନେଶ୍ୱର ଏକାମ୍ର, ଉତ୍ତର ଓ ଜଟଣୀ ବିଧାୟକଙ୍କ ସମେତ ମେୟର ଓ କମିଶନର ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.