ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଲା ନୀତୀଶ କୁମାରଙ୍କ ଜେଡିୟୁ

add-all

ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଜେଡିୟୁ ପୁଣିଥରେ ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କିମ୍ବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛି। ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଏନଡିଏର ସହଯୋଗୀ ଦଳ ହେଉଛି ନୀତୀଶ କୁମାରଙ୍କ ଜେଡିୟୁ।

ଆଜି ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୋଟିଏ ସଂକଳ୍ପ ପାରିତ ହୋଇଛି। ସଂକଳ୍ପ ପାରିତ କରି ଦଳ ବିହାର ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ କିମ୍ବା ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି।

ଅତିରିକ୍ତ ଭାବେ ଦଳ ପେପର ଲିକ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପରୀକ୍ଷାରେ ହେଉଥିବା ଅନିୟମିତତାକୁ ହ୍ରାସ କରିବା ପାଇଁ ସଂସଦରେ ସଶକ୍ତ ଆଇନ ପାସ୍‌ କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛି।

ବୈଠକ ପରେ ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗୀ କହିଛନ୍ତି ଯେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ପାଟଣା ହାଇକୋର୍ଟ ଲଗାଇଥିବା ରୋକ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଦଳର ଜାତୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି।

ଜେଡିୟୁ ସବୁବେଳେ ଏନଡିଏର ଅଂଶବିଶେଷ ହୋଇ ରହିବ ବୋଲି ସହମତି ହୋଇଛି। ରାଜ୍ୟସଭା ସାଂସଦ ସଞ୍ଜୟ ଝା ଜେଡିୟୁର ଜାତୀୟ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି। ଜେଡିୟୁ ସବୁବେଳେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଓ ଆର୍ଥିକ ପ୍ୟାକେଜ ପାଇଁ ଲଢ଼େଇ କରିବ ବୋଲି ସେ କହିଛନ୍ତି। 

ad-week
Leave A Reply

Your email address will not be published.