ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୪ ମୃତ

add-all

ବିରୁଧୁନଗର: ତାମିଲନାଡୁର ଏକ ବାଣ କାରଖାନାରେ ବସ୍ଫୋରଣ ହୋଇଥିବା ଖବର ହସ୍ତଗତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି ବୋଲି ଶନିବାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।

ଶନିବାର ସକାଳେ ଏକ ବାଣ ତିଆରି କାରଖାନାରେ ଏହି ବିସ୍ଫୋରଣ ଘଟିଥିବା ଜିଲ୍ଲା ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ହିଁ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେ କହିଛନ୍ତି ଯେ ବାଣ କାରଖାନାରେ ବିସ୍ଫୋରଣ ଓ ନିଆଁ ଲାଗିବାର କାରଣ ବାଣ ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥର ଭୁଲ ବ୍ୟବହାର ବୋଲି କୁହାଯାଉଛି। ବାଣ ତିଆରି କାରଖାନା ନିକଟରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆଖପାଖରେ ଥିବା କୋଠା ଘର ଓ ଅନ୍ୟାନ୍ୟ କୋଠରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ad-week
Leave A Reply

Your email address will not be published.