କେଜ୍ରିୱାଲଙ୍କ ଗିରଫକୁ ନେଇ ବିରୋଧ କରିବେ ଇଣ୍ଡିଆ ମେଣ୍ଟର ନେତା: ସଂଞ୍ଜୟ ସିଂ

add-all

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ରବିବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ ଦଳର ନେତାମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତାକାଲି ସକାଳ ୧୦.୩୦ ସମୟରେ ସେମାନେ ସଂସଦ ପରିସରରେ ଇଡି ଏବଂ ସିବିଆଇର ଅପବ୍ୟବହାର ବିରୋଧରେ ବିରୋଧ କରିବେ। ଆପ ସାଂସଦ ସଞ୍ଜୟ ସିଂ କହିଛନ୍ତି, “ରାଉସ୍ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ପ୍ରମାଣ ନାହିଁ। ଇଡି ମନ୍ଦ ଉଦ୍ଦେଶ୍ୟରେ କାମ କରୁଛି। ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ ଟଙ୍କା କାରବାରର କୌଣସି ପ୍ରମାଣ ନାହିଁ।”

ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦୋଷ ଏବଂ ଏହି ଆଦେଶର କପି ନ ନେଇ ଇଡି ହାଇକୋର୍ଟ ଯାଇଥିଲା ଓ ଜାମିନ ଉପରେ ରହିତାଦେଶ ଆଣିଥିଲା | ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନରେ ଛାଡିବାକୁ କହିଥିଲେ | ହେଲେ ଇଡି ଜୁନ୍ ୨୫ ରେ ଜାମିନ ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଥିଲା। ଏହି ମାମଲାର ଶୁଣାଣି ପରେ ହାଇକୋର୍ଟ ରାଉସ୍ ଆଭେନ୍ୟୁ କୋର୍ଟର ଆଦେଶକୁ ସ୍ଥଗିତ ରଖିଥିଲେ।

ad-week
Leave A Reply

Your email address will not be published.