ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର

add-all

ଢେଙ୍କାନାଳ: ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର। ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ଓ ପୋଲିସ। ସପ୍ତଶଯ୍ୟା ବୁଲିବାକୁ ଯାଇ ୫ ଛାତ୍ର ଅନ୍ଧାରରେ ଫସି ଯାଇଥିଲେ। ବର୍ଷା ହେବାରୁ ରାସ୍ତା ଭୁଲି ୫ ଛାତ୍ର ପାହାଡ଼ ଉପରୁ ଫେରି ପାରି ନଥିଲେ। ଉଦ୍ଧାର ପରେ ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ପରିବାରକୁ ହସ୍ତାନ୍ତର କଲା ପୋଲିସ। ସମସ୍ତ ଛାତ୍ର ହେଲେ କଟକ ଲିଙ୍କ୍ ରୋଡ୍‌ ଅଞ୍ଚଳର ଅରକ୍ଷିତ ମହାପାତ୍ର, ଶୁଭମ୍‌ ମହାପାତ୍ର, ହିମାଂଶୁ ଦାଶ, ସୁଜିତ ସାହୁ ଓ ଲକି ଦାଶ ।

ସୂଚନା ଅନୁସାରେ ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବା ପାଇଁ ଯାଇଥିଲେ ଏହି ୫ ଛାତ୍ର। ବୁଲାବୁଲି ଭିତରେ ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ବେଳେ ଫେରିବା ବାଟ ପାଇ ପାରି ନଥିଲେ। ଦିନ ସାରା ବର୍ଷା ଲାଗି ରହି ଥିବାରୁ ରାତି ହେବାରୁ ସ୍ଥିତି ଅସମ୍ଭାଳ ହେବାକୁ ଲାଗିଲା। ଏହାପରେ ଜଣେ ଛାତ୍ର ନିଜ ଘରକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇ ଉଦ୍ଧାର କରିବାକୁ କହିଥିଲେ।

ଏହା ଶୁଣି ପରିବାର ଲୋକ ତୁରନ୍ତ ଢେଙ୍କାନାଳ ସଦର ଥାନା ପୋଲିସ୍‌ ଓ ସପ୍ତଶଯ୍ୟା ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ତତ୍ପର ହୋଇଥିଲା ସଦର ଥାନା ପୋଲିସ୍‌ ଓ ବନ ବିଭାଗ। ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ୩ଟି ଟିମ୍‌ ଗଠନ କରିଥିଲା। ସଦର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍‌ ଛାତ୍ରଙ୍କୁ ଖୋଜିବା ପାଇଁ ସପ୍ତଶଯ୍ୟା ଜଙ୍ଗଲ ଭିତରକୁ ଯାଇଥିଲେ। ରାତି ପ୍ରାୟ ସାଢେ ୧୧ଟା ପରେ ସେମାନଙ୍କୁ ବନ ବିଭାଗ ଓ ପୋଲିସ୍‌ ଟିମ୍‌ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ad-week
Leave A Reply

Your email address will not be published.