TRAIର ନୂଆ ନିୟମ ଲାଗୁ; ଆଉ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ

add-all

ଆଜିଠୁ ବଦଳିଲା ସିମ୍ କାର୍ଡ ନିୟମ। ଆଉ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ। ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଲାଗୁ ହୋଇଛି TRAIର ନୂଆ ନିୟମ।

ଟ୍ରାଇର ନିଷ୍ପତ୍ତି ଅନୁସାରେ ଏବେ ଆଉ ସହଜ ହେବନି ସମାନ ନମ୍ବର ଥାଇ ସେବା ପ୍ରଦାନକାରୀ କମ୍ପାନୀ ବଦଳାଇବା। ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପ୍ରମାଣପତ୍ର, ଓଟିପି ଦେବାକୁ ପଡ଼ିବ। ଏହା ପରେ ଏହାର ଭେରିଫିକେସନ ପାଇଁ ବି ଅପେକ୍ଷା କରିବାକୁ ପଡ଼ିବ।

ଭେରିଫିକେସନ ପରେ ହିଁ ଆପଣଙ୍କୁ ପୁରୁଣା ନମ୍ବରରେ ନୂଆ କମ୍ପାନୀର ସିମ୍ ଉପଲବ୍ଧ ହେବ। ଏଥିପାଇଁ ଲାଗିବ ସାତ ଦିନର ସମୟ। ପୂର୍ବରୁ ଜଣେ ୟୁଜର୍ସଙ୍କୁ ପୁରୁଣା ନମ୍ବର ରଖି ନୂଆ ସିମ୍ ନେବାକୁ MNP କରିବାକୁ ହେଲେ ସାମାନ୍ୟ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ୁଥିଲା।

ନୂଆ ନିୟମ ଅନୁସାରେ କିନ୍ତୁ ତାହା ଏତେଟା ସହଜ ହେବନି। ସିମ୍ ଫ୍ରଡ୍, ଜାଲିଆତି, ୟୁଜର୍ସଙ୍କ ଡାଟା ସୁରକ୍ଷା ପାଇଁ ହିଁ ଏହି ନୂଆ ନିୟମ ଆପଣାଉଥିବା ଦାବି କରୁଛି ଟ୍ରାଇ।

ସେପଟେ ଅନେକଙ୍କ କହିବା କଥା, ଜରୁରୀକାଳୀନ ସ୍ଥିତିରେ ଯେଉଁ ଗ୍ରାହକ ସିମ୍ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସେମାନେ ଏହି ନୂଆ ନିୟମରେ ହୁଏତ ଅସୁବିଧାର ସାମ୍ନା କରିପାରନ୍ତି।

ad-week
Leave A Reply

Your email address will not be published.