CBI ଗିରଫଦାରୀ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ କେଜ୍ରିୱାଲ

add-all

CBI ଗିରଫଦାରୀ ବିରୋଧରେ ହାଇକୋର୍ଟରେ ପହଞ୍ଚିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଆଜି ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରିଛନ୍ତି। 

ଅବକାରୀ ନୀତି ଦୁର୍ନୀତି ମାମଲାରେ ଜୁନ୍ ୨୬ରେ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା। ଇଡି ଅଭିଯୋଗରେ ଗିରଫ ହୋଇ କେଜ୍ରିୱାଲ ତିହାର ଜେଲରେ ଥିବାବେଳେ ସିବିଆଇ ତାଙ୍କୁ ସେଠାରୁ ଗିରଫ କରି ନେଇଥିଲା। 

ଏହାପରେ ତିନି ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଶନିବାର(ଜୁନ୍ ୨୯)ରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। କିନ୍ତୁ କେଜ୍ରିଲାଲ ତଦନ୍ତରେ ସହଯୋଗ କରିନଥିବା ଅଭିଯୋଗ କରି ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏ ଉପରେ ଶୁଣାଣି କରି ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଥିଲେ।

ବର୍ତ୍ତମାନ କେଜ୍ରିୱାଲ ସିବିଆଇ ହେପାଜତରେ ଥିବାବେଳେ ଗିରଫଦାରୀ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ଜୁଲାଇ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ କେଜ୍ରିୱାଲ।

ad-week
Leave A Reply

Your email address will not be published.