ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଅଢେଇ ବର୍ଷର ନାବାଳିକା ଝିଅଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରି ଫରାର ହେଲା ଅଭିଯୁକ୍ତ । କାବୁ କଲା କମିସନରେଟ୍ ପୋଲିସ୍ ।

ତେବେ ଜଟଣୀ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ବେଳେ ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇ ମାମଲା ରୁଜ୍ଜୁ ହୋଇଛି। ଅଭିଯୋଗକୁ ଭିତ୍ତି କରି ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଫେରାର ଥିବା ଅଭିଯୁକ୍ତଙ୍କୁ ମଙ୍ଗଳବାର କମିଶନରେଟ୍‌ ପୋଲିସ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ପୀଡିତା ଜଣଙ୍କ ସଂଧ୍ୟା ସମୟରେ ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫରିନଥିଲେ । ପରେ ପରିବାର ଖୋଜାଖୋଜି କରିବା ପରେ ନାବାଳିକା ଜଣଙ୍କୁ ତାଙ୍କ ପଡିଶା ଘରୁ ପାଇଥିଲେ । ପଡିଶା ଘରର ଜଣେ ବ୍ୟକ୍ତି ସନ୍ତୋଷ ଖୁଣ୍ଟିଆ ଏଭଳି କାଣ୍ଡ ଭିଆାଇଥିବା ଜାଣିବାକୁ ପାଇବା ପରେ ତାଙ୍କ ନାଁରେ ଏୟାରଫିଲ୍ଡ ଥାନାରେ ଏତଲା ଦେଇଥିଲେ ପୀଡିତାଙ୍କ ପରିବାର ଲୋକେ । ତେବେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ଏନେଇ ପୋଲିସ୍ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ ଡାକ୍ତରୀ ପରୀକ୍ଷା କରାଇଛି। ଏହାପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ପୀଡିତା ନାବାଳିକା ଜଣକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନାବାଳିକା ଜଣଙ୍କୁ କ୍ୟାପିଟେଲ୍ ହସ୍ପିଟାଲ ଅଲଟ୍ରାସାଉଣ୍ଡ ପାଇଁ ପଠାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.