ଆଦିତ୍ୟ ମହାପାତ୍ର ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ

add-all

ଭୁବନେଶ୍ବର: ବଦଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ। ପୂର୍ବରୁ ଭିକେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ବେଳେ ବର୍ତ୍ତମାନ ତାଙ୍କ ଜାଗାରେ ନୂତନ ସଚିବଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଆଦିତ୍ୟ ମହାପାତ୍ର। ପୂର୍ବରୁ ନବୀନଙ୍କ ଅତିରିକ୍ତ ସଚିବ ଥିଲେ ଆଦିତ୍ୟ। ଏବେ ସେ ତାଙ୍କର ବ୍ୟକ୍ତିଗତ ସଚିବ ହୋଇଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ ଆଇଏଏସ ଭିକେ ପାଣ୍ଡିଆନ୍। ୨୦୨୪ ନିର୍ବାଚନରେ ଦଳ ତରଫରୁ ସାରା ରାଜ୍ୟରେ ଜୋରଦାର ପ୍ରଚାର କରିଥିଲେ ପାଣ୍ଡିଆନ୍। କିନ୍ତୁ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଥିଲା। ପରେ ଦଳ ଛାଡ଼ିବା ସହ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ଭିକେ ପାଣ୍ଡିଆନ୍।

ad-week
Leave A Reply

Your email address will not be published.