ମନ୍ତ୍ରୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

add-all

ଭୁବନେଶ୍ବର: ମନ୍ତ୍ରୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ଏହି ବୈଠକ ଜାରି ରହିଛି। ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଅଧିକାଂଶ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି। ଆଗକୁ ବିଭାଗ ୱାରି କିଭଳି କାମ କରାଯିବ ସେନେଇ ଆଲୋଚନା କରାଯାଉଛି। ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ନେଇ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି।

ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଏହି ବୈଠକ କରୁଥିବା ବେଳେ ଏଥିରେ ସ୍ବାସ୍ଥ୍ୟ, ରାଜସ୍ବ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ପୂର୍ତ୍ତ, ଜଙ୍ଗଲ ଓ ପରିବେଶ ଏବଂ କୃଷି ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ଥିବା ଜଣାଯାଇଛି।

ad-week
Leave A Reply

Your email address will not be published.