ବ୍ରିଟେନରେ ଚାଲିଛି ଭୋଟଗ୍ରହଣ

add-all

ଲଣ୍ଡନ: ସାଧାରଣ ନିର୍ବାଚନ ପାଇଁ ଆଜି ବ୍ରିଟେନରେ ମତଦାନ ଚାଲିଛି । ଏଥର ଲେବର ପାର୍ଟିର କିର ଷ୍ଟାରମର୍ କଞ୍ଜରଭେଟିଭ୍ ପାର୍ଟି ନେତା ଋଷି ସୁନାକଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ୫୦ ନିୟୁତ ଭୋଟର ସାଂସଦଙ୍କୁ ନିର୍ବାଚିତ କରୁଛନ୍ତି। ପ୍ରତିଥର ଭଳି ଏଥର ମଧ୍ୟ ଉଭୟ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହିନ୍ଦୁଙ୍କୁ ଆକୃଷ୍ଟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ବ୍ରିଟେନ୍ ନିର୍ବାଚନରେ ହିନ୍ଦୁ ଭୋଟରଙ୍କ ଶକ୍ତି ଏକଥାରୁ ଅନୁମାନ କରାଯାଇପାରେ ଯେ, ମତଦାନର କିଛି ଦିନ ପୂର୍ବରୁ ଜୁନ୍ ୨୮ ତାରିଖରେ ଲେବର ପାର୍ଟି ନେତା କିର୍ ଷ୍ଟାରମର୍ ଲଣ୍ଡନର ସ୍ୱାମୀନାରାୟଣ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଠିକ୍ ଏହାପରେ ଜୁନ୍ ୩୦ ତାରିଖରେ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
ବ୍ରିଟେନରେ ପ୍ରାୟ ୧୮ ଲକ୍ଷ ଭାରତୀୟ ବଂଶୋଦ୍ଭବ ଅଛନ୍ତି। ଏଭଳି ପରିସ୍ଥିତିରେ ଭାରତୀୟ ସମୁଦାୟର ବଢୁଥିବା ଗୁରୁତ୍ୱକୁ ହାସଲ କରିବା ପାଇଁ ସେଠାକାର ଉଭୟ ମୁଖ୍ୟ ଦଳ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ବ୍ରିଟେନରେ ଭାରତୀୟଙ୍କୁ ସବୁଠାରୁ ବଡ ସ୍ୱିଙ୍ଗ ଭୋଟର ଭାବରେ ଦେଖାଯାଏ । ତେବେ ପାରମ୍ପରିକ ଭାବେ ବ୍ରିଟେନରେ ରହୁଥିବା ଭାରତୀୟମାନେ ଲେବର ପାର୍ଟିକୁ ସମର୍ଥନ କରି ଆସୁଛନ୍ତି। କିନ୍ତୁ ଧୀରେ ଧୀରେ ସମୟ କ୍ରମେ ଏହି ଧାରଣା ମଧ୍ୟ ଏବେ ଭାଙ୍ଗିବାରେ ଲାଗିଛି। ନିର୍ବାଚନ ପୂର୍ବରୁ ହୋଇଥିବା ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ଏଥର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିର ଷ୍ଟାରମର ସୁନାକଙ୍କ ଠାରୁ ଅଧିକ ଭୋଟ ପାଇପାରନ୍ତି ।

ad-week
Leave A Reply

Your email address will not be published.