ପାରୋଲରେ ଆସି ସାଂସଦ ଭାବେ ଶପଥ ନେଲେ ଅମୃତପାଲ ଓ ଇଞ୍ଜିନିୟର ରଶିଦ

add-all

ଜେଲରେ ଥିବା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ଓ କଶ୍ମୀରର ଶ୍ରମିକ ନେତା ଶେଖ ଅବଦୁଲ ରଶିଦ ଓରଫ ଇଞ୍ଜିନିୟର ରଶିଦ ପାରୋଲରେ ଆସି ଲୋକସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ଉଭୟ ଶପଥ ନେଇଥିବା ବେଳେ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଟେରର ପଣ୍ଡିଂ ମାମଲାରେ ୨୦୧୯ରୁ ଇଞ୍ଜିନିୟର ରଶିଦ ତିହାର ଜେଲରେ ଓ ଅମୃତପାଲ ସିଂହ ସିଂହ ଆସାମର ଦିବ୍ରୁଗଡ଼ ଜେଲରେ ରହୁଛନ୍ତି। ଅମୃପାଲଙ୍କ ବିରୋଧରେ ଏନଏସଏ ବଳରେ ମାମଲା ହୋଇଛି। ତଥାପି ଉଭୟ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି।

ଉଭୟଙ୍କୁ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ପାର୍ଲାମେଣ୍ଟ କମ୍ପ୍ଲେକ୍ସକୁ ଅଣା ଯାଇଥିଲା। ଏହାପରେ କାଗଜପତ୍ର କାମ ହୋଇଥିଲା। ଶେଷରେ ଲୋକସଭା ବାଚସ୍ପତିଙ୍କ ଚ୍ୟାମ୍ବରରେ ଉଭୟ ଶପଥ ନେଇଥିଲେ।

୩୧ ବର୍ଷୀୟ ଅମୃତପାଲ ପଞ୍ଜାବର ଖାଦୁର ସାହିବ ଓ ଇଞ୍ଜିନିୟର ରଶିଦ ଜମ୍ମୁ-କଶ୍ମୀରର ବାରମୁଲ୍ଲା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଜିତିଥିଲେ।

ଶପଥ ପାଠ ପାଇଁ ଇଞ୍ଜିନିୟର ରଶଦିଙ୍କୁ ୨ ଘଣ୍ଟା ଓ ଅମୃତପାଲ ସିଂହଙ୍କୁ ୪ ଦିନର ପାରୋଲ ମିଳିଥିଲା। ଏହା ଅସ୍ଥାୟୀ ପାରୋଲ ହୋଇଥିବାରୁ କୋର୍ଟ ଉଭୟଙ୍କୁ ମିଡିଆ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ମିଡିଆରେ କିଛି ବିବୃତି ନ ରଖିବାକୁ କୁହାଯାଇଛି।

ୱାରିସ ପଞ୍ଜାବ ଦେ ସଂଗଠନର ସଦସ୍ୟ ଅମୃତପାଲ ଦିଲ୍ଲୀରେ ନିଜ ପରିବାର ଲୋକଙ୍କୁ ଭେଟିଛନ୍ତି। ସେହିପରି ଇଞ୍ଜିନିୟ ରଶଦିଙ୍କ ପରିବାର ଲୋକଙ୍କୁ କେବଳ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ମିଳିଥିଲା।

ad-week
Leave A Reply

Your email address will not be published.