ଥାନା ଅଧିକାରୀଙ୍କ କାର ସହ ଧକ୍କା ହୋଇ ଯୁବକଙ୍କ ପ୍ରାଣ ଗଲା

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅଧିକାରୀଙ୍କ କାର ସହ ଧକ୍କା ହୋଇ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ପଡିଆ ଥାନା ଅଧିକାରୀ ରାମେଶ୍ଵର ପ୍ରଧାନ ଓ ଜଣେ ଡ୍ରାଇଭର ଛୁଟି ସାରି ପଡିଆ ଥାନାକୁ ଫେରୁଥିଲେ। ବାଟରେ ପରଶନପଲ୍ଲୀ ଗ୍ରାମ ପୂର୍ବରୁ ରହିଥିବା ବୁଲାଣୀ ନିକଟରେ ଥାନା ଅଧିକାରୀଙ୍କ କାର ସହ ସାମ୍ନା ପଟୁ ଆସୁଥିବା ଏକ ମୋଟର ସାଇକଲ ମଧ୍ୟରେ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ମୋଟର ସାଇକେଲ ରେ ରହିଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆଉ ଜଣେ ସାମାନ୍ୟ ଆହାତ ହୋଇଥିଲେ। ଗୁରୁତର ଯୁବକଙ୍କୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ତୁରନ୍ତ ମାଲକାନଗିରି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିବା ବେଳେ ଅନ୍ୟଜଣେ ସଧାରଣ ଆହତ ହୋଇଥିବାରୁ ତାଙ୍କୁ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଗୁରୁତର ଯୁବକ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କୋରାପୁଟ ନିଆଯାଇଥିଲେ ମଧ୍ୟ ସେଠାରେ ଯୁବକ ଜଣକ ପ୍ରାଣ ହାରିଥିବା ଜଣାପଡିଛି। ଏ ନେଇ ପଡିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପରିବାର ଲୋକଙ୍କୁ ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.