ଟୁ ହେଲ୍ପ ଓଦରସ ସଙ୍ଗଠନର କର୍ମକର୍ତ୍ତା ଚୟନ

add-all

ଚିକିଟୀ : ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରାଧାମୋହନପୂର ଶ୍ରୀ ରାମଲିଙ୍ଗେଶ୍ୱର ଶିବ ମନ୍ଦିର ଠାରେ ଚିକିଟୀ ବ୍ଲକ ଟୁ ହେଲ୍ପ ଓଦରସ ସଙ୍ଗଠନ ର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସର୍ବ ସମ୍ମତି କ୍ରମେ ଦେବେନ୍ଦ୍ର ରଣା ଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ପ୍ରସାଦ କୁମାର ମଲ୍ଲିକ, କୋଷାଧ୍ୟକ୍ଷ ଗୌତମ ରଣା, ଉପ ସଭାପତି ଗୋପିନାଥ ବେହେରା, ସହ ସମ୍ପାଦକ ଶଙ୍କର ରାଓ ଙ୍କୁ ଚୟନ କରାଯାଇଛି। ବୈଠକ ରେ ସଭ୍ୟ ସଂଖ୍ୟା ବୃଦ୍ଧି କରି ଅଞ୍ଚଳ ରେ ରହିଥିବା ଗରିବ ରୁ ଅତି ଗରିବ,ଅସହାୟ ଓ ସାହାଯ୍ୟ ମାଗିଥିବା ବ୍ୟକ୍ତି ଙ୍କୁ ଯଥା ଶକ୍ତି ସହଯୋଗ ଆବଶ୍ୟକୀୟ ପରିସ୍ଥିତି ରେ ଯୋଗେଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ସଙ୍ଗଠନ ର ପଞ୍ଜିକରଣ କୁ ନେଇ ଆବଶ୍ୟକୀୟ ନଥି ପତ୍ର ଯୋଗାଡ କରି ଖୁବ୍ ଶିଘ୍ର କାର୍ଯ୍ୟ ଆଗେଇବାକୁ ମଧ୍ୟ ଆଲୋଚନା ହୋଇଛି। ବିଭିନ୍ନ ବାଧା ବିଘ୍ନ କୁ ଆଡେଇ ସମାଜ ସେବା ରେ ଯୁବ ଗୋଷ୍ଠୀ ଆଗେଇ ଆସିବା ରୁ ଅଞ୍ଚଳ ବାସି ଙ୍କ ସହଯୋଗ ମଧ୍ୟ ଆଶା କରାଯାଇଛି।
ସଙ୍ଗଠନ ରେ ଉପଦେଷ୍ଟା ଭାବେ ଡଃ ପୁରଞ୍ଜିତ୍ ପାତ୍ର, ଅରୁଣ କୁମାର ପ୍ରଧାନ, ଅଶ୍ୱିନ କୁମାର ପ୍ରଧାନ, ପି. ରାଜୁ, ସନ୍ତୋଷ ରେଡ୍ଡୀ, ଅଜୟ ମହାରଣା, ପ୍ରଭାତ ରାଉଳ, କିଶୋର ମହାରଣା ଓ ଟୁବୁଲୁ ଆଚାର୍ଯ୍ୟ ଚୟନ ହୋଇଛନ୍ତି। ଆଗାମୀ ଦିନର କାର୍ଯ୍ୟ ପନ୍ଥା ସମ୍ପର୍କ ରେ ସବିଶେଷ ଆଲୋଚନା କରି ସମାଜ ସେବା ମୂଳ ଲକ୍ଷ ରହିବ ବୋଲି ସଭାପତି ଦେବେନ୍ଦ୍ର ରଣା କହିଛନ୍ତି।

ad-week
Leave A Reply

Your email address will not be published.