ସେଣ୍ଟ ଜାଭିୟର ହାଇସ୍କୁଲରେ ବନ ମହୋତ୍ସବ

add-all

ଚିକିଟୀ : ଚିକିଟୀ ପେଣ୍ଠ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ଶିକ୍ଷୟତ୍ରୀ ସୁପ୍ରିୟା ସାହୁଙ୍କ ତତ୍ୱାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯଥା ଅଳକା ପ୍ରିୟଦର୍ଶିନୀ ପଣ୍ଡା, ସସ୍ମିତା ପ୍ରଧାନ, ମାନିନୀ ସାହୁ, ସ୍ମୃତି ପାଢ଼ୀ, ଆରତୀ ପ୍ରଧାନ, ବିଦ୍ୟୁତ୍ ପ୍ରଭା ସିଂହ ଦେଓ, ମଧୁସ୍ମିତା ସେଠୀ, ସ୍ୱାତୀ ରାଉଳ, ଅଭିଷେକ ପଣ୍ଡା ଉପସ୍ଥିତ ରହି ବୃକ୍ଷ ରୋପଣର ଆବଶ୍ୟକତା ସାଙ୍ଗକୁ ବୃକ୍ଷ ହିଁ ଜୀବନ ଉପରେ ଛାତ୍ର ଛାତ୍ରୀ ଙ୍କୁ ଆଲୋକପାତ କରାଯାଇଥିଲା। ଏହି ଅବସରରେ ବୃକ୍ଷ ଓ ପରିବେଷକୁ ନେଇ ରଚନା, ବକୃତା, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତତ୍ପରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା, ପିଜୁଳି, ବାଦାମ, ଅର୍ଜୁନ, ତେଜ ପତ୍ର ଆଦି ଅନେକ ଉପାଦେୟ ଚାରା ରୋପଣ କରାଯାଇଥିଲା।

ad-week
Leave A Reply

Your email address will not be published.